ବୌଦ୍ଧରେ ମୁହାଁମୁହିଁ ହେଲେ ସୁରକ୍ଷା କର୍ମୀ ଓ ନକ୍ସଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୌଦ୍ଧର କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି।  ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ ବେଳେ ଟଳି ପଡ଼ିଲେ ଦୁଇ ନକ୍ସଲ। । କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଆଜି ସକାଳେ ହୋଇଛି ଏହି ଅପରେସନ । କିଛି ନକ୍ସଲ ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ଏସଓଜି ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ଅତର୍କିତ ଭାବେ ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ଼ ହୋଇଥିଲା।

କିଛି ଦିନ ପୂର୍ବେ ଛତିଶଗଡ଼ରେ ହୋଇଥିବା ବଡ଼ ଧରଣର କମ୍ବି ଅପରେସନରେ ୨୯ ନକ୍ସଲ ସଫା ହୋଇ ଯାଇଥିଲେ। ଏହାପରେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ବହୁ ନକ୍ସଲ ଓଡ଼ିଶାମୁହାଁ ହୋଇଥିବା ସୂଚନା ମିଳିଥିଲା। ତେଣୁ ଓଡ଼ିଶା ସୀମାରେ ଚେକିଂ,ବ୍ଲକିଂ, କମ୍ବିକୁ ଜୋରଦାର କରାଯାଇଛି।

କିଛି ନକ୍ସଲ ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ଏସଓଜି ଯବାନଙ୍କ ଦ୍ୱାରା କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। ଅତର୍କିତ ଭାବେ ଯବାନଙ୍କୁ ଦେଖି ନକ୍ସଲମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଆଖିବୁଜା ଗୁଳିମାଡ଼ ହୋଇଥିଲା।

Leave A Reply

Your email address will not be published.