୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା, ୨ ଡ୍ରାଇଭର ମୃତ

0

୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ମୂଳାପାଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଧିନ ମୂଳାପାଳ ଛକ ନିକଟରେ ଆଜି ଏକ ଟ୍ରକ ଖରାପ ହୋଇଥିଲା। ଟ୍ରକଟି ଜାରକା ଅଞ୍ଚଳର ହୋଇଥିବାରୁ ଏକ ବୋଲେରୋ କ୍ୟାମ୍ପର ଗାଡିରେ ସେଠାକୁ ମିସ୍ତ୍ରୀ ମରାମତି କରିବାକୁ ଯାଇଥିଲେ।

ଟ୍ରକର ଡ୍ରାଇଭର, କ୍ୟାମ୍ପର ଡ୍ରାଇଭର ଓ ମିସ୍ତ୍ରୀ ଉକ୍ତ ଗାଡିର ତଳେ ରହି ମରାମତି କରୁଥିବା ସମୟରେ ଅନ୍ୟ ଏକ ଟ୍ରକ ଗାଡିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଘଟଣା ସ୍ଥଳରେ କୁଆଖିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକ ଡ୍ରାଇଭର ଦ୍ବୟ ଧର୍ମଶାଳା ଥାନା ଜାରକା ଅଞ୍ଚଳର ବୋଲି ସୂଚନା ମିଳିଛି।

Leave A Reply

Your email address will not be published.