ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ, ୮ଟି ସଂସ୍ଥାର ୪୦ ଜଣଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମହାଶିବରାତ୍ରି ଓ ଅଶୋକାଷ୍ଟମୀ ଅବସରରେ ଶ୍ରଦ୍ଧାଳୁ ମାନଙ୍କୁ ବିଭିନ୍ନ ସେବା ପ୍ରଦାନ ନିମନ୍ତେ ନିୟୋଜିତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନଙ୍କୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଭୁବନେଶ୍ବରସ୍ଥିତ ସର୍କିଟ ହାଉସରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ  ପ୍ରଫୁଲ୍ଲ କୁମାର ସ୍ଵାଇଁ ଭୁବନେଶ୍ଵରର ୮ଟି ପ୍ରତିଷ୍ଠିତ ସଂଗଠନ ଜୟ ଓଡିଶା, ସିଭିଲ ଡ଼ିଫେନ୍ସ, ଭାରତ ସ୍କାଉଟ ଓ ଗାଇଡ, ଆର୍ଟ ଅଫ ଲିଭିଂ, ପ୍ରଦୀପ ସେବା ସଂସ୍ଥା, ସିଡବ୍ଲୁଡିଏସ, ସେଣ୍ଟ ଯୋଶେଫ ଆମ୍ବୁଲାନ୍ସ ଓ ନିର୍ଭୟା ଚାରିଟେବଲ ଟ୍ରଷ୍ଟର ପ୍ରାୟ ୪୦ ଜଣ ସ୍ଵେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ସେମାନଙ୍କୁ ମାନପତ୍ର, ଫୁଲ ତୋଡା ଓ ଲିଙ୍ଗରାଜଙ୍କ ବାନା ପ୍ରଦାନ କରଯାଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ଵାଇଁ ସ୍ଵେଚ୍ଛାସେବୀ ମାନଙ୍କୁ ଭୂଯସୀ ପ୍ରଶଂସା କରି କହିଲେ ଯେ ବିଭିନ୍ନ ସମୟରେ ସ୍ଵେଚ୍ଛାସେବୀ ମାନେ ପ୍ରଶାସନକୁ ସହଯୋଗ ପୂର୍ବକ ଜନ ସାଧାରଣ ମାନଙ୍କୁ ଉତ୍ତମ ତଥା ତ୍ଵରିତ ସେବା ପ୍ରଦାନ କରିଥାନ୍ତି । ପ୍ରଶାସନ ସହ ସମନ୍ଵୟ ରକ୍ଷାକରି ଜନଗହଳି ମଧ୍ୟରେ ସମୟ ଭିତ୍ତିକ ସେବା ପ୍ରଦାନ କ୍ଷେତ୍ରରେ ଅନେକ ସ୍ଵେଚ୍ଛାସେବୀଙ୍କ ଭୂମିକା ପ୍ରଶଂସନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ । ଏଭଳି ସହଯୋଗ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଭୁବନେଶ୍ବର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର   ଗୌରଚନ୍ଦ୍ର ମହାପାତ୍ର ସମ୍ବର୍ଦ୍ଧନା କାର୍ଯକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.