ଭାରତରେ ପ୍ରସ୍ତୁତ ହେବ ଯୁଦ୍ଧ ବିମାନର ଇଞ୍ଜିନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୱାସିଂଟନର ଜେନରଲ ଇଲେକ୍ଟ୍ରି କମ୍ପାନୀର ଅଧ୍ୟକ୍ଷ ଏଚ. ଲରେନ୍ସ କଲ୍ପ ଜୁନିୟରଙ୍କ ସହ ଭେଟ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଭେଟର କିଛି ଘଣ୍ଟା ପରେ ବହୁରାଷ୍ଟ୍ରୀୟ କମ୍ପାନୀର ଏୟରୋସ୍ପେସ ଶାଖା ତରଫରୁ ଘୋଷଣା କରାଯାଇଛି କି, ଭାରତୀୟ ବାୟୁସେନା ପାଇଁ ଯୁଦ୍ଧ ବିମାନର ଇଂଜିନ ପ୍ରସ୍ତୁତ ପାଇଁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ସହ ଏକ ଚୁକ୍ତି ଉପରେ ସ୍ୱାକ୍ଷର କରାଯାଇଛି । ଜେନରଲ ଇଲେକ୍ଟି କମ୍ପାନୀ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି କି, ଏହି ଚୁକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ମଧ୍ୟରେ ଏକ ବଡ ସଂପର୍କର ମାଇଲ ଖୁଣ୍ଟ । ଏହା ଉଭୟ ଦେଶ ମଧ୍ୟରେ ସୁରକ୍ଷା ସହଯୋଗକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବିବୃତି ମୁତାବକ ଏହି ଚୁକ୍ତିରେ ଭାରତ ଜେଇ ଏରୋସ୍ପେସର ଏଫ୍ ୪୧୪ ଇଞ୍ଜିନର ସାମ୍ଭାବ୍ୟ ମିଳିତ ଉତ୍ପାଦନ ଅନ୍ତର୍ଭୁକ୍ତ । ଏଥିପାଇଁ ଆବଶ୍ୟକ ରପ୍ତାନୀ ଅଧିକାର ହାସଲ କରିବା ପାଇଁ ଜେଇ ଏରୋସ୍ପେସ ଆମେରିକା ସରକାରଙ୍କ ସହ ମିଶି କାମ କରୁଛି ।

ଭାରତୀୟ ବାୟୁସେନାର ହାଲୁକା ଲଢୁଆ ବିମାନ ଏଲସିଏ ଏମକେ-୨ କାର୍ଯ୍ୟକ୍ରମର ଏକ ଅଂଶ ହେଉଛି ଏହି ପ୍ରୟାସ । ଜେଇ ର ସଭାପତି ତଥା ଜେଇ ଏରୋସ୍ପେସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଚ୍ ଲରେନ୍ସ କଲ୍ପ ଜୁନିୟର କହିଛନ୍ତି କି, ଭାରତ ଓ ହାଲ ସହ ଆମର ଦୀର୍ଘ ଦିନର ମେଣ୍ଟ ଯୋଗୁଁ ଏହି ଐତିହାସିକ ଚୁକ୍ତି ସମ୍ଭବ ହୋଇପାରିଛି । ଏହାସହ ସେ କହିଛନ୍ତି ‘ଆମେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସହଯୋଗର ସ୍ୱପ୍ନକୁ ଆଗକୁ ନେବାରେ ଭୂମିକା ଗ୍ରହଣ କରି ଗର୍ବ ଅନୁଭବ କରୁଛୁ । ଆମର ଏଫ ୪୧୪ ଇଞ୍ଜିନ ଅତୁଳନୀୟ ଏବଂ ଏହା ଉଭୟ ଦେଶକୁ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଏବଂ ଜାତୀୟ ନିରାପତ୍ତା ଲାଭ ପ୍ରଦାନ କରିବ ।

Leave A Reply

Your email address will not be published.