ଶ୍ରୀମନ୍ଦିରରେ ଆରମ୍ଭ ହେବ ଗର୍ଭଗୃହ ଯାଞ୍ଚ : ସିଂହଦ୍ୱାର ରୂପା ଛାଉଣୀ ପାଇଁ ପ୍ରକ୍ରିୟା ଆରମ୍ଭ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନଅ ଦିନ ପାଇଁ ଜନ୍ମବେଦୀକୁ ଯାତ୍ରାକୁ ବିଜେ କରିଛନ୍ତି ଶ୍ରୀଜୀଉ। ନବଦିନାତ୍ମକ ଯାତ୍ରା ବେଳେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପର ମରାମତି ହେବ। ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଗରୁଡ଼ସ୍ତମ୍ଭ ଉପରି ଭାଗ ପିଲାରରେ ଥିବା ଫାଟ ଅନୁଧ୍ୟାନ କରାଯିବ । ପୂର୍ବରୁ ଲାଗିଥିବା କ୍ରାକ ମିଟର ଅନୁଧ୍ୟାନ କରାଯାଇ ଆବଶ୍ୟକ ସ୍ଥଳେ ମରାମତି କରାଯିବ । ଏନେଇ ଆଜି ଏଏସଆଇ, ଶ୍ରୀମନ୍ଦିର କୋର କମିଟି ଓ ବୈଷୟିକ ଟିମ ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଛନ୍ତି । ଗର୍ଭଗୃହରେ ଥିବା ଫାଙ୍କ ବା ଗାତ ସ୍ଥାନକୁ ଜାଲି ଦିଆଯାଇ ବନ୍ଦ କରାଯିବ । ଯାହାଫଳରେ ମୂଷାଙ୍କ ଦୌରାତ୍ମ୍ୟ କମିବ । ଅନ୍ୟପଟେ ସିଂହଦ୍ୱାରର ହେବ ରୂପା ଛାଉଣୀ ।

ମୁମ୍ବାଇର ଜଣେ ଦାତା ପ୍ରାୟ ୧ କ୍ୱିଣ୍ଟାଲ୍ ୫୪ ଚୌବନ କେଜି ରୂପା ଦାନ କରିଛନ୍ତି । ଏଥିପାଇଁ ଏଏସ୍ଆଇ ଅନୁମତି ଓ ପରିଚାଳନା କମିଟି ଅନୁମୋଦନ ମିଳି ସାରିଛି । ଆଜି ପ୍ରାୟ ୫ କ୍ୱିଣ୍ଟାଲ ଓଜନର ଷ୍ଟିଲ ଫ୍ରେମ୍ ମଧ୍ୟ ଆସି ପହଞ୍ଚିଛି ।  ପୁରୁଣା ସିଂହଦ୍ୱାର ଡୋରକୁ କଢାଯାଇ ତା ସ୍ଥାନରେ ଏକ ରେପ୍ଲିକା ଡୋର ଲଗାଯାଇ ନୀତି ସହ ଜଡ଼ିତ ସେବାୟତ ଓ କର୍ମଚାରୀ ମାନଙ୍କୁ ଛଡ଼ା ଯାଉଛି । ସମ୍ପୂର୍ଣ୍ଣ ଡୋର୍ ଟିକୁ ଲଗାଯିବା ପରେ ରେପ୍ଲିକା ଡୋରଟିକୁ କାଢି ନିଆଯିବ । ନୂଆ ଡୋରର ତଳଭାଗରେ ପାଣି ନଲାଗିବା ପାଇଁ ଡୋର ବୋଲଟ ସିଷ୍ଟମ ରଖାଯିବ । ପୂର୍ବରୁ ଭିତର ଆଠଟି ଦ୍ୱାର ରୂପା ଛାଉଣୀ ସରିଥିବା ବେଳେ ସିଂହଦ୍ୱାର ବ୍ୟତୀତ ଅନ୍ୟ ଚାରି ପ୍ରବେଶ ଦ୍ୱାରକୁ ରୂପା ଛାଉଣୀ ହେବ ।

Leave A Reply

Your email address will not be published.