ଶୁକ୍ରବାର ବିହାରରେ ବିରୋଧୀ ମେଳି: ମୋଦିଙ୍କୁ କ୍ଷମତାରୁ ହଟାଇବାକୁ ବିରୋଧୀଙ୍କ ମାଷ୍ଟରପ୍ଲାନ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶୁକ୍ରବାର ବିହାରରେ ପ୍ରଥମ ଥର ପାଇଁ କଂଗ୍ରେସ ସମେତ ୨୦ରୁ ଅଧିକ ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି । ବିହାରର ପାଟଣାରେ ହେବାକୁ ଥିବା ଏହି ବୈଠକରେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ । ଏଥିପାଇଁ ବିହାରରରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ମୋଦୀ ସରକାରକୁ ହରାଇବାକୁ ବିରୋଧୀ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ସୂଚନା ମିଳିଛି । ୫୪୩ ଲୋକସଭା ଆସନରେ ବିଜେପି ବିରୋଧୀରେ ୨୦ ବିରୋଧୀ ଦଳ ମିଶି ଏକକ ପ୍ରାର୍ଥୀ ଦେବାକୁ ଯୋଜନା କରିଛନ୍ତି । ନିଜ ନିଜ ଭିତରେ ବିବାଦ ସତ୍ୱେ କ୍ଷମତାକୁ ଫେରିବାକୁ ଅଣ୍ଟା ଭିଡିଛନ୍ତିି ବିରୋଧୀ । ଦଳର ପ୍ରଧାନ୍ୟ ଥିବା ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ, କଣ୍ଣାଟକ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡରେ ୨୦୦ ଆସନରେ ଲଢିବାକୁ ଦାବି କରିଛି କଂଗ୍ରେସ । ଶୁକ୍ରବାର ସକାଳ ସାଢେ ୧୧ଟାରେ ବିରୋଧୀ ଦଳଗୁଡିକର ନେତାଙ୍କ ବୈଠକ ହେବ । ଆଉ ବିଜେପିକୁ କ୍ଷମତାରୁ ହଟାଇବାକୁ ହେଲେ ସବୁ ବିରୋଧୀ ଦଳ ଏକାଠି ହେବା ଏକାନ୍ତ ଆବଶ୍ୟକ ବୋଲି ଭଲଭାବେ ବୁଝିସାରିଛନ୍ତି ବିରୋଧୀ । ତେଣୁ ଆସନ ଭାଗବଣ୍ଟା ବେଳେ ସବୁ ଦଳଗୁଡିକୁ ଅଗ୍ନୀପରୀକ୍ଷା ଦେବାକୁ ପଡିବ ବୋଲି କୁହାଯାଉଛି ।

ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ପଞ୍ଜାବ ଏବଂ ତେଲେଙ୍ଗାନାରେ କଂଗ୍ରେସକୁ ବହୁତ କମ ଆସନରେ ଲଢିବାକୁ ସୁଯୋଗ ମିଳିପାରେ । ଉତ୍ତରପ୍ରଦେଶରେ ୮୦ ଲୋଭସଭା ଆସନରୁ କଂଗ୍ରେସକୁ ୧୫ ଟି ଆସନ ଦେବାକୁ ରାଜି ଅଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ସେହିପରି ପଶ୍ଚିମବଙ୍ଗରେ ୪୨ଟି ଆସନରୁ କଂଗ୍ରେସକୁ ମାତ୍ର ୬ ଟି ଆସନ ଛାଡିବାକୁ ସର୍ତ୍ତ ରଖିଛନ୍ତି ଟିଏମସି ନେତା ମମତା ବାନାର୍ଜୀ । ଦିଲ୍ଲୀରେ ୭ ଲୋକସଭା ଆସନରୁ କଂଗ୍ରେସକୁ ୩ ଟି ଆସନ ଛାଡିବାକୁ କହିଛନ୍ତି ଆପ ନେତା ଅରବିନ୍ଦ କେଜରିୱାଲ । ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡରେ ବିଜେପିକୁ ହରାଇବାକୁ ଆଂଚଳିକ ଦଳଗୁଡିକୁ ଗୁରୁତ୍ୱ ଦେଇପାରନ୍ତି ବିରୋଧୀ ମେଂଟ ।  ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଅଣ-ଏନଡିଏ ଦଳର ନେତା ନବୀନ ପଟ୍ଟନାୟକ, କେସିଆର, ମାୟାବତୀ, ଜଗନ ମୋହନ ରେଡ୍ଡି, ଏଚଡି କୁମାରସ୍ୱାମୀଙ୍କୁ ନିମନ୍ତ୍ରଣ କରାଯାଇନଥିବା ସୂଚନା ମିଳିଛି ।

Leave A Reply

Your email address will not be published.