ଅଗ୍ନିପଥ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କୁ କି ପରାମର୍ଶ ଦେଲେ ଅପରାଜିତା ଜାଣନ୍ତୁ…

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ‘ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ରତର ହେଉଛି । କେଉଁଠି ଟ୍ରେନ ଜାଳିଦେଦେଣି ତ କେଉଁ ଯୁବକ ଆତ୍ମହତ୍ୟା କଲେଣି । ଏହାରି ମଧ୍ୟରେ ‘ଅଗ୍ନିପଥ’ ଯୋଜନାକୁ ନେଇ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତ ସଡ଼ଙ୍ଗୀ । ସେ କହିଛନ୍ତି ଓଡ଼ିଶା ପୋଲିସରେ ନିଯୁକ୍ତି ବେଳେ ଅଗ୍ନିବୀର ମାନଙ୍କୁ ଅଗ୍ରାଧିକାର ଦିଅନ୍ତୁ ରାଜ୍ୟସରକାର ।ଅନ୍ୟ ରାଜ୍ୟ ଭଳି ଓଡ଼ିଶା ସରକାର ମଧ୍ୟ ଏଦିଗରେ ନିଷ୍ପତି ନେବାକୁ ସେ ଅନୁରୋଧ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କିଛି ଲୋକ ଏହି ଯୋଜନାକୁ ବୁଝିପାରିନାହାନ୍ତି । ଆଉ କିଛି ବର୍ଗର ଲୋକ ଅଛନ୍ତି, ଯେଉଁମାନେ ଏହି ଯୋଜନାକୁ ବୁଝିବାକୁ ହିଁ ପ୍ରସ୍ତୁତ ନାହାନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବିରୋଧ କରିବା ଅଭ୍ୟାସଗତ ହୋଇଗଲାଣି । ସେପଟେ, ଅଗ୍ନିପଥକୁ ବିଭିନ୍ନ ରାଜ୍ୟରେ ଜୋରଦାର ବିରୋଧ ହେଉଥିବାବେଳେ ଅଗ୍ନିବୀରଙ୍କ ପାଇଁ ବିଭିନ୍ନ ରାଜ୍ୟ ବିଭିନ୍ନ ଘୋଷଣା କରିଛନ୍ତି । ତେତେ ଜାଣନ୍ତୁ କେଉଁ ରାଜ୍ୟ କି ଘୋଷଣା କରିଛନ୍ତି –

  •  ୪ ବର୍ଷ ଅଗ୍ନିବୀର ଭାବେ କାମ କରିବା ପରେ ପୋଲିସ ଚାକିରିରେ ପ୍ରାଥମିକତା ଦେବେ ୟୁପି ସରକାର
  • ଉତ୍ତରାଖଣ୍ଡ ଓ ଅରୁଣାଚଳ ପ୍ରଦେଶ ରାଜ୍ୟ ପୋଲିସରେ ମଧ୍ୟ ଅଗ୍ନିବୀରଙ୍କୁ ମିଳିବ ଅଗ୍ରାଧିକାର
  • କର୍ଣ୍ଣାଟକ ରାଜ୍ୟ ପୋଲିସ ସେବାରେ ଅଗ୍ନିବୀରଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ପାଇଁ ଗୃହମନନ୍ରୀଙ୍କ ଘୋଷଣା
  • ୪ବର୍ଷ କାର‌୍ୟ୍ୟକାଳ ଶେଷ କରିଥିବା ଅଗ୍ନିବୀରଙ୍କୁ ଆସାମ ଆରୋଗ୍ୟନିଧି ଯୋଜନାରେ ମିଳିବ ଦେଢଲକ୍ଷ ଯାଏଁ ଆର୍ଥିକ ସହାୟତା
  • ମାସିକ ୧୦ ହଜାରରରୁ କମ ଆୟକାରୀଙ୍କୁ ଚିକିତ୍ସା ଖର୍ଚ୍ଚ ପାଇଁ ଏହି ସହାୟତା ଦେଉଛନ୍ତି ଆସାମ ସରକାର
  • ସେହିପରି ସରକାରୀ ଚାକିରିରେ ଆଗ୍ନିବୀରଙ୍କୁ ପ୍ରାଥମିକତା ଦେବାକୁ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣା
  • ମଧ୍ୟପ୍ରଦେଶରେ ଅଗ୍ନିବୀରଙ୍କୁ ପୋଲିସ ଚାକିରିରେ ଅଗ୍ରାଧିକାର ଦେବାକୁ ଶିବରାଜ ସିଂଙ୍କ ଘୋଷଣା
  •  ଭାରତୀୟ ସେନାରେ ୪ ବର୍ଷର ସେବା ଶେଷ କରିବା ପରେ ହରିଆଣାରେ ସରକାରୀ ଚାକିରି ମିଳିବ
  •  ରାଜ୍ୟରୁ ସେନାରେ ନିଯୁକ୍ତ ଅଗ୍ନିବୀରଙ୍କୁ ସରକାରୀ ଚାକିରିରେ ପ୍ରାଥମିକା ଦେବାକୁ ମନୋହର ଲାଲଙ୍କ ଘୋଷଣା

Leave A Reply

Your email address will not be published.