ବିଜୟ ଶଙ୍କର ଓ ସୋମାଲିକା ପ୍ରେମ ମାମଲା: ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଥାନାରେ ଏତାଲା

0

ଜଗତସିଂହପୁର(ଓଡ଼ିଆ ନ୍ୟୁଜ୍‌): ବହୁଚର୍ଚ୍ଚିତ ପ୍ରେମିକ-ପ୍ରେମିକା ବିଧାୟକ ବିଜୟ ଶଙ୍କର ଦାସ ଓ ସୋମାଲିକା ଦାଶଙ୍କ ବିତର୍କିତ ପ୍ରେମ କାହାଣୀ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଦାମ୍ପତ୍ୟ ଜୀବନ ଆରମ୍ଭ ହେବା ପୂର୍ବରୁ ଉଭୟଙ୍କ ମଧ୍ୟରେ ପୁଣି ଝଡ଼ ଦେଖାଦେଇଛି । ଗତକାଲି ଜଗତସିଂହପୁର ସବ୍ରେଜିଷ୍ଟ୍ରାରଙ୍କ ଦପ୍ତରରେ ସୋମାଲିକା ଦୀର୍ଘ ସମୟ ଧରି ଅପେକ୍ଷା ହେଁ ବିବାହ ପାଇଁ ଆସିବାକୁ ଥିବା ବିଧାୟକ ବିଜୟ ଶଙ୍କର ଦାସଙ୍କ ଦେଖା ମିଳି ନ ଥିଲା । ଅନ୍ୟପଟେ ବିଧାୟକଙ୍କ କିଛି ନିକଟ ସଂପର୍କୀୟ ତାଙ୍କୁ ଧମକଚମକ ଦେଇଥିଲେ ଯେଉଁଥି ପାଇଁ ଆଜି ପ୍ରେମିକା ସୋମାଲିକା ଆଜି ଜଗତସିଂହପୁର ସଦର ଥାନାରେ ଦ୍ୱାରସ୍ତ ହୋଇଛନ୍ତି । ଏହା ସହ ବିଧାୟକଙ୍କ ନାମରେ ସୋମାଲିକା ଲିଖିତ ଏତଲା ଦାୟର କରିଛନ୍ତି । ଯେଉଁଥିରେ ବିଧାୟକ ବିବାହ କରିବାକୁ କହି ସବ୍ରେଜିଷ୍ଟ୍ରାରଙ୍କ କାର‌୍ୟ୍ୟାଳୟକୁ ବିଧାୟକ ଆସି ନଥିବାର ଲିଖିତ ଅଭିଯୋଗ ଆଣିଛନ୍ତି ସୋମାଲିକା।

ସୂଚନା ମୁତାବକ, ମାସେ ତଳେ ଉଭୟ ବିଜୟ ଶଙ୍କର ଓ ସୋମାଲିକା ପରସ୍ପରକୁ ବିବାହ କରିବାକୁ ଜଗତସିଂହପୁର ସବ୍ରେଜିଷ୍ଟ୍ରାରଙ୍କ କୋର୍ଟରେ ଆବେଦନପତ୍ର ଦାଖଲ କରିଥିଲେ । ସେଦିନ ଆବଶ୍ୟକତାନୁସାରେ ସବୁ ଦସ୍ତାବିଜ୍ରେ ଦସ୍ତଖତ କରିଥିଲେ । ଶୁକ୍ରବାର ୩୦ ଦିନିଆ ଅବଧି ପୂରୁଥିବାରୁ ଉଭୟ ବିବାହ ପାଇଁ ଆସିବା କଥା । ମାତ୍ର ବିଧାୟକ ବିବାହ ପାଇଁ ଆସିନଥିଲେ । ଖୋଦ ବିଧାୟକ ନିଜ ପ୍ରତିଶ୍ରୁତି ରକ୍ଷା କରି ନାହାନ୍ତି । ପାଲଟା ତାଙ୍କ ସଂପର୍କୀୟଙ୍କ ଆଡ଼ୁ ନାଲିଆଖି ଦେଖାଉଛନ୍ତି ଓ ଅଶ୍ରାବ୍ୟ ଭାଷା ଗାଳିଗୁଲଜ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୋମାଲିକା ।

Leave A Reply

Your email address will not be published.