ଗଣେଶ ପୂଜାରେ କେଉଁ ରଙ୍ଗର ମୂର୍ତ୍ତି ପୂଜାକଲେ କେଉଁ ଫଳ ମିଳିଥାଏ ଜାଣନ୍ତୁ…

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ। ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। 

ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ। ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ ୩୨ ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ ୧୫ ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର। ତେବେ ଯେଉଁମାନେ ଧନ ଲାଭର ଇଚ୍ଛା ରଖିଥାନ୍ତି ସେମାନେ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ମନ୍ଦିର ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ସମୟ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ। ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ।

Leave A Reply

Your email address will not be published.