ପ୍ରଭୁ ଗଣେଶଙ୍କର ଅଛନ୍ତି ୫ଟି ସ୍ତ୍ରୀ, ୫ ଭାଇ ଓ ୩ ଭଉଣୀ, ଜାଣନ୍ତୁ ସେମାନେ କିଏ..

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାତି ପାହିଲେ ଅଗ୍ରପୂଜ୍ୟ ପ୍ରଭୁ ଗଣେଶଙ୍କର ପୂଜା। ଗଣେଶଙ୍କୁ ନେଇ ଅନେକ ରୋଟକ କଥା ରହିଛି। ଗଣାଧିପତିଙ୍କ ବାବାଦରେ ଧର୍ମପୁସ୍ତକମାନଙ୍କରେ ବିଭିନ୍ନ କଥା ଉଲ୍ଲେଖ ରହିଛି। କଣ ଆପଣ ଜାଣିଛନ୍ତି କି ଗଣେଶଙ୍କର ଜଣ ସ୍ତ୍ରୀ ଓ ଭାଇ ଥିଲେ। ଆହୁରି ମଧ୍ୟ ତାଙ୍କର ୩ ଭଉଣୀ ମଧ୍ୟ ଅଛନ୍ତି। କିଛି ଦିନ ପରେ ଗଣେଶ ପୂଜା। ଗଣାଧିପତିଙ୍କ ବାବାଦରେ ଧର୍ମପୁସ୍ତକମାନଙ୍କରେ ବିଭିନ୍ନ କଥା ଉଲ୍ଲେଖ ରହିଛି। ଆଜି ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କର ପରିବାର ବାବଦରେ। କଣ ଆପଣ ଜାଣିଛନ୍ତି କି ଗଣେଶଙ୍କର ୫ ଜଣ ସ୍ତ୍ରୀ ଓ ଭାଇ ଥିଲେ। ଆହୁରି ମଧ୍ୟ ତାଙ୍କର ୩ ଭଉଣୀ ମଧ୍ୟ ଅଛନ୍ତି। ଭଗବାନ ଶିବ, ମାତା ପାର୍ବତୀ ଓ ଗଣେଶଙ୍କୁ ଆଶୀର୍ବାଦ ପାଇବା ଆଶାରେ ନିଜ କୁଟୀରକୁ ନିମନ୍ତ୍ରଣ କରିଥିଲେ। ନିମନ୍ତ୍ରିତ ଅତିଥିଙ୍କୁ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଖାଇବା ପାଇଁ ଦେଲେ। କିନ୍ତୁ ଗଣେଶଙ୍କ ପେଟ ପୂରିଲା ନାହିଁ। ଯାହା ପରଶାଗଲା ସେ ସବୁ ଖାଇ ଯାଉଥିଲେ । ପରିଶେଷରେ ଗଣେଶଙ୍କୁ ମିଠାରେ ମୋଦକ ଖାଇବାକୁ ଦିଆଗଲା । ଯାହା ଖାଇବା ପରେ ତାଙ୍କ ପେଟ ପୂରିଥିଲା । ସେ ସନ୍ତୁଷ୍ଟ ହୋଇଯାଇଥିଲେ । ସେବେଠୁ ଗଣେଶଙ୍କର ମୋଦକ ଅତି ପ୍ରିୟ ବୋଲି କୁହାଯାଏ । 

ଥରେ ଭଗବାନ ଶିବ ଶୋଇଥିଲେ ଏବଂ ଗଣେଶ ଜୀ ଦ୍ୱାର ଜଗି ରହିଥିଲେ । ସେହି ସମୟରେ ମହର୍ଷି ପର୍ଶୁରାମ ସେଠାରେ ପହଞ୍ଚିବାରୁ ଗଣେଶ ଜୀ ତାଙ୍କୁ ଦ୍ୱାରରେ ଅଟକାଇଥିଲେ। ଏଥିରେ ପର୍ଶୁରାମ କ୍ରୋଧିତ ହୋଇ ଗଣେଶଙ୍କ ସହ ଯୁଦ୍ଧ ଆରମ୍ଭ କଲେ। ଯୁଦ୍ଧରେ ପର୍ଶୁରାମ ଶିବ ଙ୍କ ଠାରୁ ପ୍ରାପ୍ତ ହୋଇଥିବା ଅସ୍ତ୍ର ‘ପର୍ଶୁ’ ସହିତ ଗଣେଶ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ। ଏହି ପ୍ରହାର ରେ ଗଣେଶ ଜୀଙ୍କର ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିଲା । ଦାନ୍ତ ଭାଙ୍ଗି ଯିବାରୁ ଗଣେଶ ଙ୍କୁ ଖାଦ୍ୟ ଚୋବାଇବାରେ ଅସୁବିଧା ହେଲା ତେଣୁ ତାଙ୍କ ପାଇଁ ନରମ ଖାଦ୍ୟ ସ୍ୱରୂପ ସ୍ୱାଦିଷ୍ଟ ମୋଦକ ପ୍ରସ୍ତୁତ ହେଲା ଓ ମୋଦକ ନରମ ଏବଂ ଏହାକୁ ଚୋବାଇବା ଆବଶ୍ୟକ ନାହିଁ ଓ ସେଥିପାଇଁ ଗଣେଶ ଏହାକୁ ପେଟବିହାରୀ ମହା ଆନନ୍ଦରେ ଖାଉଥିଲେ ଓ ସେହି ଦିନ ଠାରୁ ପ୍ରତିଦିନ ଖାଦ୍ୟରେ ଗଣେଶ ଙ୍କୁ ମୋଦକ ଦିଆଯାଇଥାଏ 

ସେହିପରି ମୋଦକକୁ ନେଇ ଆଉ ଏକ ରୋଚକ କାହାଣୀ ରହିଛି । ସମସ୍ତ ଦେବୀ ଦେବତା ମିଶି ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ଭେଟ କରିବା ପାଇଁ କୈଳାଶ ପର୍ବତ ଯାଇଥିଲେ। ସେମାନେ ଏକ ମୋଦକ ଭେଟ ସ୍ଵରୂପ ସାଥୀରେ ନେଇଥିଲେ। ଏହାକୁ ଖାଇବା ବ୍ୟକ୍ତି ଶାସ୍ତ୍ର, କଳା, ବିଜ୍ଞାନ, କଳା ଓ ଲେଖନୀରେ ପାରଙ୍ଗମ ଓ ବୁଦ୍ଧିମାନ ହୋଇପାରିବ ବୋଲି ସେମାନେ କହିଥିଲେ। ଏହା ଶୁଣି ମାତା ପାର୍ବତୀ ଏହାକୁ ଦୁଇ ପୁଅ କାର୍ତ୍ତିକ ଓ ଗଣେଷଙ୍କ ଭିତରେ ସମାନ ଭାଗ ବାଣ୍ଟି ଦେବେ ବୋଲି ଭାବିଲେ। କିନ୍ତୁ ଦୁଇ ଭାଇ ଏହାକୁ ଭାଗ କରିବାକୁ ପ୍ରସ୍ତୁତ ହେଲେ ନାହିଁ । ତେଣୁ ପାର୍ବତୀ ଏକ ଉପାୟ ଖୋଜି ବାହାର କଲେ । ଯିଏ ଯେତେ ଅଳ୍ପ ସମୟ ମଧ୍ୟରେ ପୃଥିବୀ ପରିକ୍ରମା କରି ଆସିବ ସେ ହେବ ଶ୍ରେଷ୍ଠ। ଆଉ ତାକୁ ହିଁ ପୁରସ୍କାର ସ୍ଵରୂପ ମିଳିବ ଏହି ମୋଦକ। ଏହା ଶୁଣି କାର୍ତ୍ତିକ ନିଜ ବାହାନରେ ବସି ତୁରନ୍ତ ପୃଥିବୀ ପରିକ୍ରମା କରିବାକୁ ବାହାରି ଗଲେ। କିନ୍ତୁ ଗଣେଶ ଥିଲେ ଅତ୍ୟନ୍ତ ବୁଦ୍ଧିମାନ। ସେ ଶିବ-ପାର୍ବତୀଙ୍କ ଚାରିପାଖେ ପରିକ୍ରମା କରିଥିଲେ। ପୃଥିବୀର କୌଣସି ସ୍ଥାନ ପିତା-ମାତାଙ୍କ ସହିତ ସମାନ ହୋଇପାରିବ ନାହିଁ । ଏହା ଶୁଣି ପାର୍ବତୀ ଖୁସି ହୋଇ ଗଣେଶଙ୍କୁ ମୋଦକ ପୁରସ୍କାର ସ୍ଵରୂପ ଦେଇଥିଲେ ।

Leave A Reply

Your email address will not be published.