ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାତି ପାହିଲେ ଗଣେଶ ପୂଜା । ସାରା ଦେଶରେ ଅତି ଧୂମ୍ ଧାମରେ ପୂଜା ପାଇବେ ଅଗ୍ରପୂଜ୍ୟ ଗଣେଶ। କାରଣ ନୂତନ ଘରେ ପ୍ରବେଶ ହେଉଛି ଅଫିସ୍ ଶୁଭାରମ୍ଭ ହେଉ ଗଣେଶ ପୂଜା କରିବା ଦ୍ଵାରା ଶୁଭ ହୁଏ । କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ। ଗଣେଶ ପୂଜା କରିବା ଦ୍ଵାରା ସବୁ ଗ୍ରହ ଶାନ୍ତି ହୁଅନ୍ତି ବୋଲି କୁହାଯାଏ । କାରଣ ସେ ଅଷ୍ଟବିନାୟକ। ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ । ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ । ତା’ ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା ।
ଶ୍ରୀ ଗଣେଷଙ୍କର ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ । ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସହଜରେ ଚିହ୍ନା ପଡ଼ନ୍ତି । ତାଙ୍କୁ ପଞ୍ଚଦେବତା ମାନଙ୍କ ମଧ୍ୟରୁ ଜଣେ ବୋଲି କୁହାଯାଏ।