ମମତାଙ୍କ ସ୍ପେନ ଗସ୍ତକୁ ‘ସ୍ପେନିସ ଭ୍ୟାକେଶନ’ କହିଲେ ଶୁଭେନ୍ଦୁ ଅଧିକାରୀ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜନେସ ଟ୍ରିପରେ ସ୍ପେନ ଯାଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ ଭାଜପା ତାଙ୍କ ଯାତ୍ରାକୁ ‘ସ୍ପେନିସ ଭ୍ୟାକେଶନ’ ବୋଲି କହି ଟାର୍ଗେଟ କରିଛି। ପଶ୍ଚିମବଙ୍ଗ ଭାଜପାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ସହଯୋଗୀମାନେ ସ୍ପେନରେ ଛୁଟିଦିନ ଉପଭୋଗ କରୁଛନ୍ତି ଏବଂ ପଶ୍ଚିମବଙ୍ଗବାସୀଙ୍କୁ ବୋକା ବନାଉଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶୁଭେନ୍ଦୁ କହିଛନ୍ତି, କୌଣସି ଅଫିସିୟାଲ କାମ ଅବା ବିଜନେସ ମିଟିଂ ନାହିଁ, ହେଲେ ଏକ ପ୍ରେସ ରିଲିଜ ଜାରି କରାଯାଇ ପଶ୍ଚିମବଙ୍ଗରେ ଏଭଳି ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି କି ଅଫିସିୟାଲ କାମ ଅଛି।

ସୂଚନାଯୋଗ୍ୟ, ପୂର୍ବତନ ସାମ୍ବାଦିକ ତଥା ଟିଏମସି ମୁଖପାତ୍ର କୁନାଲ ଘୋଷ ମଧ୍ୟ ୩ ଦିନିଆ ସ୍ପେନ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତାଙ୍କ ସହ ଅଛନ୍ତି। ଏହା ବ୍ୟତୀତ ରାଜ୍ୟ ସରକାରୀ କର୍ମଚାରୀ ତଥା ପଶ୍ଚିମବଙ୍ଗର ଶିଳ୍ପପତି ତରୁଣ ଝୁନଝୁନୱାଲା, ଉମେଶ ଚୌଧୁରୀ, ଆଦିତ୍ୟ ଅଗ୍ରୱାଲ, ପ୍ରଶାନ୍ତ ମୋଦି ଏବଂ ଶାଶ୍ୱତ ଗୋୟଙ୍କା ମଧ୍ୟ ମମତାଙ୍କ ସହ ଯାଇଛନ୍ତି।

Leave A Reply

Your email address will not be published.