ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଖାଦ୍ୟ ପ୍ରିୟ ହେଉଛନ୍ତି ପ୍ରଭୁ ଗଣେଶ । ଏଣୁ ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ତେବେ ଆସନ୍ତୁ ସେ ବିଷୟରେ ଜାଣିବା-
୧– ନଡିଆ : ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।
୨– ମୋଦକ ଲଡୁ : ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ।
୩– ବୁନ୍ଦି ଲଡୁ : ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି।
୪–ଖୁଆ ପେଡା : ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ। ଏହାର ଆକାର ଗୋଲାକାର।
୫–ପଞ୍ଚାମୃତ : ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।
୬–ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।
୭–ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।
୮– ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ। ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।