ଚିଲି ଦେଶରେ ବନାଗ୍ନି ବିପତ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଗ୍ନିର ନିଆଁ ଭିତରେ ସେଣ୍ଟ୍ରାଲ ଚିଲୀ |  ଗତ 3 ଦିନ ହେଲା ବନାଗ୍ନିରେ ସନ୍ତୁଳି ହେଉଛି ସେଣ୍ଟ୍ରାଲ ଚିଲି । ଏହି ନିଆଁ ଏବେ ଅଣାୟତ୍ତ ହେବାରେ ଲାଗିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା 112 ଛୁଇଁଥିବା ବେଳେ ଶତାଧିକ ଏବେବି ନିଖୋଜ ରହିଛନ୍ତି । ନିଆଁ ଲିଭା କାର୍ଯ୍ୟ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭିନାଡେଲମାର ସମେତ ଏହାର ପଡୋଶୀ ସହର ଗୁଡିକରେ କର୍ଫ୍ୟୁ ଜାରି କରାଯାଇଛି । ପାଖାପାଖି 161 ବର୍ଗ କିଲୋମିଟର ଅଞ୍ଚଳରେ ନିଆଁ ବ୍ୟାପିଛି ।

ଅଗ୍ନିକାଣ୍ଡ ଏବେ ଭୟଙ୍କର ରୂପ ଧାରଣ କରିଛି ଯେ, ୯୩ରୁ ଅଧିକ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଛି । ଧୀରେ ଧୀରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାରୀ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ୯୯ ଜଣ ଅଗ୍ନି ସମାଧି ନେଇ ସାରିଲେଣି । ସେହିପରି ଶତାଧିକ ନିଖୋଜ ଥିବା କୁହାଯାଉଛି । ୧୪ଶହରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଛି । ଜୀବନଜନ୍ତୁ ଜଙ୍ଗଲ ନିଆଁରେ ଭସ୍ମୀଭୂତ ହେଉଛନ୍ତି । ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅଗ୍ନିଶମ ବାହୀନି ନିଆଁ ଆୟତ୍ତ କରିବାରେ ଲାଗିପଡ଼ିଛନ୍ତି । ସେହିପରି ରେସକ୍ୟୁ ଟିମ୍ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି ।

ଚିଲି ଫରେନ୍ସିକ ମେଡିସିନ ସର୍ଭିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତି ସୁଦ୍ଧା ବନାଗ୍ନିରେ ମୃତକଙ୍କ ସଂଖ୍ୟା 112ରେ ପହଞ୍ଚିଛି । ଦେଶର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏବଂ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଅନେକ ଜଣ ଚିକିତ୍ସିତ ହେଉଥିବା ଯୋଗୁ ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରିଛନ୍ତି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ । ଦେଶରେ 2 ଦିନିଆ ଶୋକ ପାଳନ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି । ସେ ଆଉ ମଧ୍ୟ କହିଛନ୍ତି, ‘ସମଗ୍ର ଚିଲି ଯନ୍ତ୍ରଣା ଭୋଗୁଛି କିନ୍ତୁ ଆମକୁ ପୁଣି ଥରେ ଛିଡା ହେବାକୁ ପଡିବ ।’

Leave A Reply

Your email address will not be published.