ରାସ୍ତା ପାର ହେଉଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଲା ମୋ ବସ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜଧାନୀରେ ଦୁର୍ଘଟଣା ଘଟାଇଲା ମୋ ବସ୍ | ରାସ୍ତା ପାର ହେଉଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଲା ମୋ ବସ୍ | ଗତକାଲି ରାତି 8ଟା 30 ସୁଦ୍ଧା ଭୁବନେଶ୍ୱର ସ୍ଥିତ ଇନଫୋସିଟି ମ୍ୟାଗ୍ନେଟ୍ ଛକରେ ଦୁର୍ଘଟଣା ଘଟିଛି । ରାସ୍ତା ପାର ହେଉଥିବା ବେଳେ ଜଣେ ପଥଚାରୀଙ୍କୁ ଧକ୍କା ଦେଲା ମୋ ବସ୍ । ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଅନ୍ୟପଟେ ଦୁର୍ଘଟଣାସ୍ଥଳରେ ପାଖାପାଖି ଏକ ଘଣ୍ଟା ଧରି ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବସ ଭଙ୍ଗାରୁଜା କରିବା ସହ ରାସ୍ତା ଜାମ କରିଥିଲେ ଉତ୍ୟକ୍ତ ଲୋକେ ।

ଖବର ଅନୁଯାୟୀ, ଇନ୍ଫୋସିଟି ଥାନା ଅନ୍ତର୍ଗତ ମ୍ୟାଗ୍ନେଟ ଛକ ପାଲଟିଲା ରଣକ୍ଷେତ୍ର। ଶିଖରଚଣ୍ଡୀ ନଗରରେ ରହୁଥିବା ଜଣେ ବ୍ୟକ୍ତି ରାସ୍ତା ପାରି ହେବା ସମୟରେ ଗୋଟିଏ ମୋ ବସ୍ ତାଙ୍କୁ ଧକ୍କା ଦେଇଥିଲା। ବ୍ୟକ୍ତି ଜଣକ ନନ୍ଦନବିହର ଯିବା ପାଇଁ ପ୍ରସ୍ତୁତ ହୋଇ ଗାଡ଼ି ଚଢ଼େଇବା ପରେ ଫେରାର ହେଉଥିଲା ଚାଳକ। ମୋ ବସ୍ ସହ ଚାଳକକୁ କାବୁ କଲେ ଲୋକେ। ଶହଶହ ଲୋକେ କଲେ ରାସ୍ତା ଜାମ୍। ଉତ୍ୟକ୍ତ ଲୋକେ ଭାଙ୍ଗିଲେ ଦୁଇଟି ବସ୍। ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ପୁଲିସ୍।ସେହିପରି ଘଟଣାସ୍ଥଳରେ ଜୋନ ୬ ଏସିପି , ଚନ୍ଦ୍ରଶେଖରପୁର ଥାନା ଅଧିକାରୀ, ଇନ୍ଫୋସିଟି ଥାନା ଅଧିକାରୀ ଏବଂ ନନ୍ଦନକାନନ ଥାନା ଅଧିକାରୀ ସହ ପୁଲିସ୍ କର୍ମୀ ମହଜୁଦ ଥିଲେ।

ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଓ ମୋ ବସକୁ ପୁଲିସ୍ ଜବତ କରୁଥିଲେ । ଏହି ସମୟରେ ଭିଡ ଭିତରେ ସ୍ଥାନୀୟ କିଛି ଅସାମାଜିକ ଯୁବକ ସିମେଣ୍ଟ ଇଟା , ଚେୟାର ଏବଂ ବିୟର ବୋତଲ ଭାଙ୍ଗିଥିଲେ। ପ୍ରଥମେ କିଛି ଯୁବକ ରାସ୍ତାରେ ଆତଙ୍କ ଖେଳାଇ ଥିଲେ, ହାତରେ ଯାହା ପଡ଼ିଲା ସେଥିରେ ପୋଲିସକୁ କଲେ ଆକ୍ରମଣ। ପ୍ରତିଉତ୍ତରରେ ପୋଲିସ୍ ଭିଡ ଉପରେ ନିୟନ୍ତ୍ରଣ ରଖିବା ସହ ଭିଡ ହଟାଇବା ପାଇଁ ଆକ୍ରମଣକାରୀଙ୍କ ଉପରେ ସାମାନ୍ୟ ଲାଠିଚାର୍ଜ ପରେ ଭିଡ ଭାଙ୍ଗିଥିଲା।

Leave A Reply

Your email address will not be published.