ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି।

ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।  ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ସମୟରେ ଶୁଭମ ଯାତ୍ରୀବାହୀ ବସ 50 ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ହୀରାକୁଦ ଅଭିମୁଖେ ଯାଉଥିଲା । ତେବେ ନୂଆଁପଡ଼ା ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ 9 ଜଣ ଗୁରୁତର ଆହତ ହୋଇଛନ୍ତି l ତେବେ ଦୁର୍ଘଟଣା ଘଟିବା ପରେ କେତେକ ଯାତ୍ରୀ ପୋଲିସକୁ ସୂଚନା ଦେବା ପରେ ସ୍ଥାନୀୟ ପୋଲିସ ଅଗ୍ନିଶମ ବାହିନୀ ସହାୟତାରେ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏହାପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ପ୍ରଥମେ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଯାଇଥିଲା । ପରେ ସେଠାରୁ ଗୁରୁତରଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ପଠାଯାଇଛି l

ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସ୍ପଷ୍ଟ ହୋଇନାହିଁ l ଏଥିରେ କଣ୍ଡକ୍ଟର ରାଜ କୁମାର ମହାନ୍ତିଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟ ଗୁରୁତର ବ୍ୟକ୍ତିମାନେ ହେଲେ ଯାଜପୁରର ନରେନ୍ଦ୍ର ନାଥ ଶର୍ମା (୬୦) ଓ ତାଙ୍କ ପତ୍ନୀ ତିରନାଥ ଶର୍ମା (୫୦), କଟକ ଖୁଣ୍ଟୁଣୀ ଅଞ୍ଚଳର ମିତ୍ରଭାନୁ ରାଉତ(୨୬), ସମ୍ବଲପୁରର ଅନ୍ନପୂର୍ଣ୍ଣା ବାରିକ, ସୁବୁଦ୍ଧି ବାରିକ, ଆନନ୍ଦପୁରର ପ୍ରଶାନ୍ତ ଦାସ(୫୦) ଏବଂ ଭଦ୍ରକର ବାଦଲ ରାଉତ(୫୮)।

Leave A Reply

Your email address will not be published.