ବିହାରର ଦରଭଙ୍ଗା ଅଞ୍ଚଳରେ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁର୍ଘଟଣା କେତେବେଳେ ଆସିଯାଏ ତାହା କେହିବି ଜାଣିନଥାନ୍ତି ।  ବେଳେବେଳେ ସାରା ପରିବାର ଉଜାଡି ଦିଏ ତ କେତେବେଳେ ସର୍ବହରା କରିଦିଏ । ଏଭଳି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ବିହାରର ଦରଭଙ୍ଗା ଠାରେ । ଚାଲିଥିଲା ବିବାହ ଶୋଭାଯାତ୍ରା ।

ବରଯାତ୍ରୀ ଆସୁଥିବା ବେଳେ ରୋଷଣୀରେ ଗାଁ ଦାଣ୍ଡ ଫାଟି ପଡ଼ୁଥିବା ବେଳେ ଭଳିକି ଭଳି ବାଣ ଫୁଟା ଯାଉଥିଲା। ଉକ୍ତ ସମୟରେ ଏକ ବାଣ ଏକ ଘର ଉପରେ ପଡ଼ି ଯାଇଥିଲା। ଫଳରେ ଉକ୍ତ ଘରେ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ଯାଇଥିଲା। ଦେଖୁ ଦେଖି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ନିଆଁ ଲାଗି ତାହା ବିସ୍ଫୋରଣ ହୋଇଥିଲା। ଏହାପରେ ଦୁଆରେ ଥିବା ଏକ ଡିଜେଲ ଡ୍ରମରେ ନିଆଁ ଲାଗି ଯାଇଥିଲା। ଫଳରେ ଘରେ ରହି ଯାଇଥିବା ୬ ଜଣଙ୍କୁ ବାହାର କରିବା ସମ୍ଭବପର ହୋଇ ପାରି ନ ଥିଲା।

ଗ୍ରାମବାସୀଙ୍କ ଆଖି ଆଗରେ ଏକ ପରିବାରର ୬ ଜଣ ଜୀବନ୍ତ ଜଳି ଯାଇଥିଲେ। ଏଥିସହ ନିଆଁ ଆଖପାଖ ଘରକୁ ବି ବ୍ୟାପିବାକୁ ଲାଗିଲା। ଖବର ପାଇ ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ। ବହୁ ପରିଶ୍ରମ ପରେ ସେମାନେ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ତୁରନ୍ତ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହି ଘଟଣାର ଯାଞ୍ଚ ସମେତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.