ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟ ରାଜଧାନୀରେ ଗଡିବ ମେଟ୍ରୋ। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ବାଣୀ ବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଜାରି ରହିଛି। ଭୁବନେଶ୍ଵର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ଵାରା  ଜନପଥରେ ପ୍ରସ୍ତାବିତ ୪ ଷ୍ଟେସନକୁ ନେଇ ସର୍ଭେ କରାଯାଇଛି। ବିଡିଏ , ବିଏମସି, ଓ ଟିପିସିଓଡିଏଲ୍ ସଂସ୍ଥା ଏହି ସର୍ଭେରେ ସାମିଲ ହୋଇଛନ୍ତି।

ମେଟ୍ରୋ ରାସ୍ତାରେ ଥିବା ଗଛ ଏବଂ ବିଶେଷ ଭାବରେ ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଇଛି । ପୂର୍ବରୁ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଲିଆ ପରେ କଟକ ଯାଏଁ ମେଟ୍ରୋ ଟ୍ରେନ ଚାଲିବା ନେଇ ପ୍ରସ୍ତାବ ଦେଇଥିଲେ ସରକାର । ଏପଟେ ଶିଶୁଭବନ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ୫.୫ କିଲୋମିଟରର ସ୍ମାର୍ଟ ଜନପଥ ରହିଛି । ଏହି ଜନପଥରେ ପାଖାପାଖି ୨୨୦ଟି ବିଦ୍ୟୁତ ଖୁଣ୍ଟ ଥିବା ନେଇ ଆକଳନ କରାଯାଇଛି ।

ତେବେ ପରବର୍ତ୍ତୀ ସମୟରେ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ହଟାଇବା ପାଇଁ ହେବାକୁ ଥିବା ଖର୍ଚ୍ଚ ବାବଦରେ ଟିପିସିଓଡିଏଲ୍‌ ଏଷ୍ଟିମେଟ୍‌ କରାଯିବ । ତେବେ ଏହି ବିଦ୍ୟୁତ ଖୁଣ୍ଟ ହଟାଇବା ହେଲେ ଦୀର୍ଘ ଦିନ ଲାଗିପାରେ । ସେଥିପାଇଁ ଜନପଥରେ ଟ୍ରାଫିକ୍‌ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତେବେ ବିଶେଷ ଭାବରେ ଏହି ସମସ୍ତ କା‌ମ ପ୍ରାୟତଃ ରାତିରେ କରାଯିବ ବୋଲି ସୂଚନା ମିଳିଛି । ଖରାକୁ ନଜରରେ ରଖି ସର୍ଭେ କାମ ସକାଳ ୭ଟାରୁ ଆରମ୍ଭ କରି ୧୦ଟା ଭିତରେ ସାରିବାକୁ ଯୋଜନା ରହିଛି ।

Leave A Reply

Your email address will not be published.