ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ସାଧାରଣ ନିର୍ବାଚନ ଚାଲୁଥିବା ବେଳେ ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ।  ବ୍ରହ୍ମପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରି ଜନତାଙ୍କୁ ଭୋଟ ଅପିଲ କରିବେ ।  ଉଭୟ ପଶ୍ଚିମ ଓଡିଶା ଓ ଦକ୍ଷିଣ ଓଡିଶା କର୍ମକର୍ତ୍ତାଙ୍କ ସହ ଆଲୋଚନା କରି କିଭଳି ୨୦୨୪ ନିର୍ବାଚନରେ ଦଳ ବହୁମତ ହାସଲ କରିବ ସେନେଇ ଟିପ୍ସ ଦେବାର ସୂଚନା ରହିଛି ।

ଏହାସହ ନବରଙ୍ଗପୁରରେ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ । ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ନେତା ସମୀର ମହାନ୍ତି ସୂଚନା ଦେଇଛନ୍ତି ।ତେବେ ଷ୍ଟାର କ୍ୟାମ୍ପେନର ଭାବେ ନଡ୍ଡାଙ୍କୁ ମନୋନୀତ କରିଯିବା ପରେ ଏହା ତାଙ୍କର ଓଡିଶାକୁ ପ୍ରଥମ ନିର୍ବାଚନୀ ଗସ୍ତ । ଗତକାଲି ଓଡିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସୋନପୁରରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଥିଲେ। ରାମେଶ୍ୱରମ ଷ୍ଟାଡିୟମରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିଥିଲେ ଶାହ। ଓଡ଼ିଶାରେ ୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ ସେ ନେଇ ଉପସ୍ଥିତ ଲୋକଙ୍କୁ ପ୍ରଶ୍ନ କରିଥିଲେ।

ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ବନେଇବା କି ନାହିଁ। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର କରିବା ବୋଲି ସମର୍ଥକଙ୍କୁ ଆହ୍ୱାନ ଦେଇଥିଲେ। ଓଡ଼ିଶାକୁ ପ୍ରଥମ ଥର ମୁଁ ନିର୍ବାଚନ ପ୍ରଚାର ପାଇଁ ଆସିଛି। ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ମୋଦି ନାରା। ଆଜି ଓଡ଼ିଶାରେ ବି ପୂରା ମାହୋଲ ମୋଦି ମୟ ରହିଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ବିଜେପି ସରକାର ହେବା ଦରକାର ବୋଲି ଶାହ ସଭାରେ କହିଥିଲେ।

Leave A Reply

Your email address will not be published.