କେଜ୍ରିୱାଲଙ୍କ ପାଇଁ ୫ ଜଣିଆ ଡାକ୍ତରୀ ଟିମ୍‌ବୋର୍ଡ ଗଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ନିମନ୍ତେ ଗଠିତ ହେଲା ଟିମ୍‌। ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ପରୀକ୍ଷା କରିବେ। କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି। ଏବେ ଜେଲ୍‌ରେ ତାଙ୍କୁ ପ୍ରତିଦିନ ଦିଆଯାଉଛି ୪ ୟୁନିଟ୍‌ ଇନ୍‌ସୁଲିନ୍‌। ତିହାର ଜେଲ୍‌ ଡିଜିଙ୍କ ପତ୍ର ଅନୁଯାୟୀ ସେ ପୂର୍ବରୁ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନିଯୁକ୍ତ ହୋଇଥିଲେ। ଏବେ ଗଠିତ ହୋଇଥିବା ନୂଆ ବୋର୍ଡରେ ସେ ମୁଖିଆ ଭାବେ କାମ କରିବେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଓ ଆପ ନେତାଙ୍କ ଅଭିଯୋଗ ଉପରେ କୋର୍ଟ ଶୁଣାଣି କରିଥିଲେ। ଅଭିଯୋଗ ଅନୁଯାୟୀ ଗୁରୁବାର କେଜ୍ରିୱାଲଙ୍କ ଖାଦ୍ୟପେୟକୁ ନେଇ ଇଡି ଯେଉଁ ଦାବି କରିଥିଲା  ତାହା ଉପରେ ଶୁକ୍ରବାର ଜବାବ ଦାଖଲ କରିଛନ୍ତି କେଜ୍ରିୱାଲଙ୍କ ଓକିଲ । କେଜ୍ରିୱାଲଙ୍କୁ ମୋଟ ୪୮ ଥର ଖାଦ୍ୟ ଦିଆଯାଇଛି । ୩ଥର ଆମ୍ବ ଓ ୨ଥର ସୁଗରଫ୍ରି ମିଠା ଖାଇଥିଲେ ମୁଖ୍ୟମନ୍ତ୍ରୀ।

ସଠିକ ମାତ୍ରାରେ ଇନସୁଲିନ ନଦିଆଯିବାରୁ କେଜ୍ରିୱାଲଙ୍କ ମଧୁମେହ ବଢ଼ୁଛି ଓ ଏହା ପାଇଁ ତିହାର ଜେଲ କର୍ତୁପକ୍ଷ ଦାୟୀ ବୋଲି ଓକିଲ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ସଠିକ ସ୍ୱାସ୍ଥ୍ୟ ଯାଂଚ ପାଇଁ ବ୍ୟକ୍ତିଗତ ଡାକ୍ତରଙ୍କୁ ଚିକିତ୍ସା ଲୋଡିଥିଲେ। ଭର୍ଚୁଆଲ ମାଧ୍ୟମରେ ଡାକ୍ତର ଚିକିତ୍ସା କରନ୍ତୁ ବୋଲି ଏକ ପିଟିସନ ଦାଖଲ ମଧ୍ୟ ହୋଇଥିଲା। ଆବେଦନ ଉପରେ ଶୁଣାଣି କରି କୋର୍ଟ ଉଭୟ ଇଡି ଓ କେଜ୍ରିୱାଲଙ୍କୁ ନିଜ ନିଜ ପକ୍ଷ ରଖିବାକୁ କହିଥିଲେ। ନିଜ ପକ୍ଷ ରଖି ଗୁରୁବାର କୋର୍ଟରେ ଇଡି ଦାବି କରିଥିଲା ଯେ ଜାମିନ ପାଇବା ପାଇଁ ଜାଣିଶୁଣି ବାରଣ କରାଯାଇଥିବା ଖାଦ୍ୟ ଖାଉଥିବା ଅଭିିଯୋଗ କରିଥିଲେ।

Leave A Reply

Your email address will not be published.