ଭୁବନେଶ୍ୱର: ପିଜିଏଲ୍ ସୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ,ସଟସର୍କିଟରୁ ଲାଗିଥିବା ସୂଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଭୁବନେଶ୍ୱର ପିଜିଏଲ୍ ସୋ’ ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣା ପଡ଼ିଛି । ସଟସର୍କିଟ ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ନିଆଁ ଲାଗି ଧୂଆଁମୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ସୋ’ ରୁମ ନିକଟରେ ଅଗ୍ନିଶମ ପ୍ରଶିକ୍ଷଣ କେନ୍ଦ୍ର ରହିଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ସାଧାରଣ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅନ୍ୟପଟେ ସୋ’ରୁମରେ ବିଶେଷ କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ଏହି ସୋ’ ରୁମରେ କାମ କରୁଥିବା ସମସ୍ତ କର୍ମଚାରୀ ମଧ୍ୟ ସୁରକ୍ଷିତ ଅଛନ୍ତି ।

Leave A Reply

Your email address will not be published.