ଗନ୍ଧମାର୍ଦ୍ଦନରେ ଗୁଳି ବିନିମୟ; ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପାହାଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଗତରାତିରୁ ଏହି ଗୁଳି ବିନିମୟ ଚାଲିଛି। ପୁଲିସ କକ୍ଷରୁ ଜୋରଦାର୍ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଘଟଣାସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଏନେଇ ଏଯାଏ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ହଠାତ୍‌ ଅପର ପାର୍ଶ୍ୱରୁ ଆଖିବୁଜା ଫାୟାରିଂ ହେବା ଆରମ୍ଭ ହେଲା।ଗନ୍ଧମାର୍ଦ୍ଦନ ପାହାଡ଼ରେ ବହୁ ସଂଖ୍ୟାରେ ନକ୍ସଲ ଥିବା ବେଳେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବରେ ସୁରକ୍ଷା କର୍ମୀମାନେ ବି ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେ

ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି। ସୁରକ୍ଷା କର୍ମୀମାନେ ଗନ୍ଧମାର୍ଦ୍ଦନ ପାହାଡ଼ରେ ଥିବା ବହୁ ନକ୍ସଲ କ୍ୟାମ୍ପକୁ ଧ୍ୱସଂ କରିଥିବା ବେଳେ ସର୍ଚ୍ଚ ଅପରେସନ ବେଳେ ବହୁ ବିସ୍ଫୋରକ ସାମଗ୍ରୀ, ଗୋଳା ବାରୁଦ ଆଦି ଜବତ ହୋଇଥିବା ଜଣାଯାଇଛି। ଏବେ ସୁଦ୍ଧା ଫାୟାରିଂ ଶେଷ ହୋଇ ନ ଥିବା ଜଣାଯାଇଛି। ଏହି ନକ୍ସଲମାନେ ଛତିଶଗଡ଼ର ବୋଲି ସୂଚନା ମିଳୁଥିବା ବେଳେ ଓଡ଼ିଶାରେ ରହି ସେମାନେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଅନୁମାନ କରାଯାଉଛି। ଖବର ପାଇ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଉଥିବା ଜଣାଯାଇଛି।

ଇଥିବା ଜଣାଯାଇଛି।

Leave A Reply

Your email address will not be published.