ତାମିଲନାଡୁରେ ଓଡ଼ିଆ କନେଷ୍ଟବଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ତାମିଲନାଡୁରେ ଓଡ଼ିଆ କନେଷ୍ଟବଳଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ । ନିର୍ବାଚନ ଡ୍ୟୁଟି ପାଇଁ ତ୍ରିଚୀକୁ ଯାଇଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଆଖି ବୁଜିଛନ୍ତି | ଓଡ଼ିଆ ପୁଲିସ କନେଷ୍ଟବଳ ପ୍ରମୋଦ କୁମାର ମାଝୀ। ପ୍ରମୋଦ କୁମାର ପଞ୍ଚମ IRBN ବାଟାଲିୟନ ବୌଦ୍ଧରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ। ୨୦୦୯ ମସିହାରେ ରାଜ୍ୟ ପୁଲିସ ବିଭାଗରେ ଯୋଗଦେଇଥିଲେ ପ୍ରମୋଦ।

ସୂଚନା ମୁତାବକ, ତାମିଲନାଡୁର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ କନେଷ୍ଟବଳ ପ୍ରମୋଦ ମାଝୀ । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ତାଙ୍କ ବିୟୋଗରେ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଶୋକ ବ୍ୟକ୍ତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, କନେଷ୍ଟବଳ ପ୍ରମୋଦ ମାଝୀ 5ମ IRBN ବାଟାଲିୟନ ବୌଦ୍ଧଠାରେ କାର୍ଯ୍ୟରତ ଥିଲେ । ତାଙ୍କର ନିଜ ଘର ନୂଆପଡା ଜିଲ୍ଲା ଧର୍ମବନ୍ଧା ଗାଁରେ ।

ସେ 2009 ମସିହାରେ ରାଜ୍ୟ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ତେବେ ତାମିଲନାଡୁରେ ନିର୍ବାଚନ ଥିବାବେଳେ ଏହାର ସୁପରିଚାଳନା ନିମନ୍ତେ ରାଜ୍ୟ ପୋଲିସର 30ଟି କମ୍ପାନୀ ତାମିଲନାଡୁ ଯାଇଛନ୍ତି । ଏହି ଟିମରେ ପ୍ରମୋଦ ମାଝୀ ମଧ୍ୟ ରହିଥିଲେ । ତାମିଲନାଡୁ ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ କନଷ୍ଟେବଳ ପ୍ରମୋଦ କୁମାର ମାଝୀ ।

Leave A Reply

Your email address will not be published.