ଏସଏସଜି ଗ୍ରୁପର ମହିଳାଙ୍କର ଟଙ୍କା ହଡପ ନେଇ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଏସଏସଜି ଗ୍ରୁପର ମହିଳାଙ୍କର ଟଙ୍କା ହଡପ କରିଥିବା ଅଭିଯୋଗ କରି ଏନଜିଓ ସଂସ୍ଥାର କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରୁପର ମହିଳା | ଉତ୍ତେଜନା ଜାରି | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଦୀର୍ଘ ବର୍ଷ ହେବ ତାମିଲନାଡୁ ଅଂଚଳର ଧାନ ଫାଉଣ୍ଡେଶନ ନାମକ ଏକ ବେସରକାରୀ ସଂସ୍ଥା ନିଜର ଅଫିସ ଖୋଲି ଗ୍ରାମାଞ୍ଚଳର ମହିଳାଙ୍କୁ ବିଭିନ୍ନ ପ୍ରକାର ପ୍ରଲଭନ୍ନ ଦେଖାଇ ଗ୍ରୁପ ଗଠନ କରି ମାସକିଆ କିସ୍ତି ଆକାରରେ ଟଙ୍କା ଉଠାଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି |

ଧାନ ଫାଉଣ୍ଡେଶନ ଦ୍ୱାରା ଆମ୍ବଳିଅଠା ଗ୍ରାମର ୧୧ଜଣ ମହିଳାଙ୍କୁ ନେଇ ମା ମଙ୍ଗଳା କାଲା ଜିୟମ ଏସଏସଜି ଗ୍ରୁପ 15-05-2015 ତାରିଖରୁ ଗଠନ ହୋଇ ଥିଲ | ବର୍ତମାନ ପର୍ଯ୍ୟନ୍ତ ସରକାରଙ୍କର ମିଶନଶକ୍ତିରେ ପଂଜିକୃତ ହୋଇ ନାହିଁ |ଗ୍ରୁପର ସଭାପତି, ସମ୍ପାଦକ ଓ ଧାନଫାଉଣ୍ଡେଶନର କର୍ମଚାରୀ ଚଂଚକତା କରି ଗ୍ରୁପର ମହିଳାଙ୍କ ନାମରେ ବ୍ୟାଙ୍କରୁ ଋଣ କରି ଲକ୍ଷାଧିକ ଟଙ୍କା ହଡପ କରିଥିବା ମହିଳାମାନେ ଜାଣିବାକୁ ପାଇଥିଲେ |

ଗ୍ରୁପର ମହିଳାମାନେ ଅର୍ଥ ଦାବି କରି ଉତ୍ତକ୍ତ ହୋଇ ଧାନଫାଉଣ୍ଡେଶନର ଦୁଇ ଜଣକର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧି ଉତ୍ତେଜନା ଲାଗି ରହିଥିଲା ବେଳେ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଂଚି ତଦନ୍ତ କରିଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.