ଆସ ବୁଲିଯିବା ମା ଆଙ୍କୁଡେଶ୍ୱରି ପୀଠ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆସ ବୁଲିଯିବା ମା ଆଙ୍କୁଡେଶ୍ୱରି ପୀଠ। ଭଦ୍ରକ ଜିଲ୍ଲାର ବାସୁଦେବପୁର ପଞ୍ଚାୟତ ସମିତି ଅଧୀନ ବିନାୟକପୁର ଗ୍ରାମ ରେ ଗୁ ମା ଆଙ୍କୁଡେଶ୍ୱରି ପୀଠ ଅବସ୍ଥିତ। ଲୋକ ମୁଖ ରୁ ଶୁଣା ଯାଏ ମା ଙ୍କ ର ସାତ ଭଉଣୀ ତାଙ୍କ ଚାରି ପାଖ ରେ ଅଛନ୍ତି। ଲୋକ ମୁଖ ର କଥା ଓ କିମ୍ବଦନ୍ତୀ କୁ ଆଧାର କଲେ ଠାକୁରାଣୀ ମା ଦ୍ଵାପର ଯୁଗ ରୁ ଏ ସ୍ଥାନ ରେ ବିରାଜିତ ବେନୁ ରାଜା ଙ୍କ ର ରାଜତ୍ଵ କାଳ ରେ ଖୀଷ୍ଟ ପୂର୍ବ ୫୫୬୨ ବର୍ଷ ରୁ ଉର୍ଦ୍ଧ। ତେଣୁ ଉପରୋକ୍ତ କିମ୍ବଦନ୍ତୀ ଏବଂ ପ୍ରାମାଣିକତାକୁ ଆଧାର କଲେ ମା ଙ୍କ ପୂଜା ଦ୍ଵାପର ଯୁଗରୁ ରହି ଆସିଛି।

ମା ଙ୍କ ସ୍ଵପ୍ନା ଦେଶ ରେ ମାଙ୍କ ଦେଉଳ ନିର୍ମାଣ କରି ବିଧି ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ କେହି ଉତ୍ତରାଧିକାରୀ ଭବିଷ୍ୟତ ରେ ଠାକୁରାଣୀ ଙ୍କର୍ ଦାବିଦାର ଭାବରେ ନ ରହିବାର ବର ରାଜା ପ୍ରଥନା କରିଥିଲେ। ତେଣୁ ମା ଙ୍କ ପୀଠ ବିଷୟ ରେ ଅନେକ ବହୁ କଥା ଶୁଣି ବାକୁ ମିଳେ । ବେନୁ ରାଜା ଯୁଦ୍ଧ ଜୟ ପରେ ମା ଙ୍କୁ ଦେଇଥିବା କଥା ରଖି ନ ପାରିବାରୁ ମା ଏକ ଦଣ୍ଡ ବିଧାନ କରିଥିଲେ। ମା ପୀଠ ରେ ପ୍ରତି ବର୍ଷ ବାର୍ଷିକ ଉତ୍ସବ ପାଳନ ପଣା ସଂକ୍ରାନ୍ତି ଦିନ ପାଳନ କରାଯାଏ। ବହୁ ଦୁରନ୍ତରୁ ଭକ୍ତ ମାନଙ୍କ ର ଗହଳି ଲାଗି ରହିଥିବାର ଦେଖା ଯାଏ। ମା ଙ୍କ ପୀଠ ପାଖରେ ବହୁ ପାର୍ଶ୍ଵ ଦେବଦେବୀଙ୍କର ବିଗ୍ରହ ଦେଖିବାକୁ ମିଳେ। ଭଗବାନ ଙ୍କ ର ବିଭିନ୍ନ ଅବତାର ର ବିଗ୍ରହ ସହ ମା ଦୁର୍ଗା ଦେବୀ ଙ୍କ ବିଗ୍ରହ ଦେଖିବାକୁ ମିଳେ। ମନ୍ଦିର ର ପାର୍ଶ୍ଵ ରେ ଥିବା ରାସ୍ତା ପାଖ ରେ ହନୁମାନ ମନ୍ଦିର ଓ ଶିବ ମନ୍ଦିର ଦେଖିବାକୁ ମିଳେ। ରାସ୍ତାର ଏକ ପାର୍ଶ୍ୱ ରେ ପୋଖରୀ ଥିବାର ଦେଖାଯାଏ। ମା ଙ୍କ ପୂଜା କମିଟି ର ବହୁ ଅକ୍ଲାନ୍ତ ପରିଶ୍ରମ ବଳ ରେ ଅନୁଷ୍ଠାନ ଟି ଓଡ଼ିଶା ସରକାର ଙ୍କ ଦେବୋତ୍ତର ବିଭାଗ ହାତ କୁ ନେଇଛି।

ଟ୍ରଷ୍ଟି ବୋଡ ଦ୍ଵାରା ମା ଙ୍କ ପୂଜା ନୀତି ନିର୍ଘଣ୍ଟ କରାଯାଇ ଦୈନିକ ପୂଜା କରାଯାଇଥାଏ। ପ୍ରତି ବର୍ଷ ବାର୍ଷିକ ଉତ୍ସବ ପାଳନ ପଣା ସଂକ୍ରାନ୍ତି ଦିନ ଠୁ ତିନି ଚାରି ଦିନ ଧରି ଚାଲିଥିବା ବେଳେ ବହୁ ଦୂରଦୁରନ୍ତାରୁ ଭକ୍ତ ମାନଙ୍କ ଗହଳ ଚହଳ ଲାଗି ରହିଥିବାର ଦେଖା ଯାଏ। ମା ଙ୍କ ବିଷୟ ରେ ଅନେକ କଥା ଯାହା କହିଲେ ସରିବ ନାହିଁ ବୋଲି ଟ୍ରଷ୍ଟି ସଦସ୍ୟ କୁହନ୍ତି। ଦେଖିବାକୁ ଗଲେ ସତରେ ମା ଙ୍କ ପୀଠ ରେ ଯିଏ ଥରେ ଆସେ ସେ ହିଁ କହି ପାରିବେ ମା ଙ୍କ ପୀଠ ରେ କେତେ ଆନନ୍ଦ କେତେ ଶାନ୍ତି ମିଳେ। ମା ସବୁବେଳେ ଭକ୍ତ ମାନଙ୍କ ର ଡାକ ଶୀଘ୍ର ଶୁଣି ଥାଆନ୍ତି, ତେଣୁ ମା ଡାକୁଆ ଠାକୁରାଣୀ ବୋଲି ମା ଙ୍କ ପୀଠ କୁ ଆସିଥିବା ଜଣେ ଭକ୍ତ କହିଛନ୍ତି। ପ୍ରତି ବର୍ଷ ବର୍ଷ ରେ ଅନେକ ଉତ୍ସବ, ପୂଜା, ଯଜ୍ଞ ଆଦି କରାଯାଇଥାଏ।ଚଳିତ ବର୍ଷ ମଧ୍ୟ ବହୁ ଆଡମ୍ବର ରେ ଧୁମ୍ ଧାମରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟି ସଦସ୍ୟ କହିଛନ୍ତି।

Leave A Reply

Your email address will not be published.