ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ

0

ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଜନିତ ମୃତ୍ୟୁ ଘଟିଛି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l

ଉକ୍ତ ବ୍ୟକ୍ତି ଜଣକ ଭୁବନେଶ୍ବର ସ୍ଥିତ ଝାରପଡା ଅଞ୍ଚଳ ର ବାସିନ୍ଦା, ତାଙ୍କ ବୟସ 72 ବର୍ଷ l ତାଙ୍କର ନିଶ୍ଵାସ ପ୍ରଶ୍ଵାସ ରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ଏପ୍ରିଲ 4 ତାରିଖରେ ଭୁବନେଶ୍ଵର ସ୍ଥିତ ଏମ୍ସ ରେ ଭର୍ତି କରାଯାଇଥିଲା l ଗତକାଲି ତାଙ୍କର ମୃତ୍ୟୁ ଘଟିଛି l ଆର ଏମ୍ ଆର୍ ସି କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଥିଲେ ଫଳରେ ସେ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି l

ଝାରପଡା ଅଞ୍ଚଳକୁ କଣ୍ଟେନମେଣ୍ଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେନେଇ ପ୍ରସାଶନ ତରଫରୁ ଅନୁସନ୍ଧାନ ଚାଲିଛି l

Leave A Reply

Your email address will not be published.