ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 41କୁ ବୃଦ୍ଧି

0

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 41ରେ ପହଁଞ୍ଚିଛି l ଆଜି ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା 41 ରେ ପହଁଞ୍ଚିଛି l ଉକ୍ତ କରୋନା ସଂକ୍ରମିତ ଙ୍କୁ ମିଶାଇ କେବେଳ ଭୁବନେଶ୍ବର ରେ ଆକ୍ରାନ୍ତଙ୍କ ସଂଖ୍ୟା 33 କୁ ବୃଦ୍ଧି ପାଇଛି l

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି l ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ମଧୁସୂଦନ ନଗର ଅଞ୍ଚଳରେ ହୋଇଥିବା ବେଳେ ଆକ୍ରାନ୍ତଙ୍କ ବୟସ 45 ବର୍ଷ l

 

ଉକ୍ତ ବ୍ୟକ୍ତି ଜଣକ କେଉଁ କେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ସେହି ବିଷୟରେ କୌଣସି ସୂଚନା ହସ୍ତଗତ ହୋଇନାହିଁ l ବିଦେଶ କିମ୍ବା ରାଜ୍ୟ ବାହାରକୁ ଯାଇଛନ୍ତି କି ନାହିଁ ସେଥିପ୍ରତି କୌଣସି ସୂଚନା ମିଳିନାହଁ l

Leave A Reply

Your email address will not be published.