କେନ୍ଦ୍ରାପଡାର 12ଟି ଗାଁକୁ ସିଲ୍ କଲା ପ୍ରଶାସନ

0

ଗତକାଲି କେନ୍ଦ୍ରାପଡା ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଉକ୍ତ ଯୁବକ ଜଣକ ଗତମାସ 24 ତାରିଖରେ ଦୁବାଇରୁ ଫେରିଥିଲେ l ତାଙ୍କର ସ୍ୱାବ ନମୁନା ପରୀକ୍ଷା ହେବା ପରେ ସେ ପଜିଟିଭ ଥିବା ଜଣାଯାଇଥିଲା l ଉକ୍ତ ଯୁବକଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 40 ରେ ପହଁଞ୍ଚିଛି l

ଯେଉଁ ଗ୍ରାମରେ ଉକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ l ସେହି ଗ୍ରାମଠାରୁ 3 କିମି ପରିଧି ମଧ୍ୟରେ ଥିବା 12 ଟି ଗ୍ରାମକୁ ସିଲ୍ କରିଛି ପ୍ରଶାସନ l କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ଯେ ଉକ୍ତ ଗ୍ରାମ ଗୁଡିକୁ ଯିବା ଆସିବା ପାଇଁ କଟକଣା ଲାଗୁ କରାଯାଇଛି l ଉକ୍ତ କରୋନା ଆକ୍ରାନ୍ତ ଙ୍କୁ କଟକ ର ଅଶ୍ଵିନି ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଏହା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଅନୁସନ୍ଧାନ କରାଯାଉଛି l ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସମସ୍ତ ଆବଶ୍ୟକୀୟ ସେବା ଯୋଗାଇ ଦିଆଯିବ l

Leave A Reply

Your email address will not be published.