ଅନୁଷ୍ଠିତ ହେଲା ଶିଳ୍ପୀଗୁରୁ ପଦ୍ମଵିଭୂଷଣ ରଘୁନାଥ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା, ସ୍ମୃତିଚାରଣ କଲେ ଅତିଥିବୃନ୍ଦ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଶିଷ୍ଟ ସ୍ଥପତି ଶିଳ୍ପୀଗୁରୁ ପଦ୍ମଵିଭୂଷଣ ତଥା ରାଷ୍ଟ୍ରପତିଙ୍କ ମନୋନୀତ ପ୍ରଥମ ଓଡ଼ିଆ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଓ ଶ୍ରଦ୍ଧାଞ୍ଜଳି ସଭା ଶିଳ୍ପୀଗୁରୁ ରଘୁନାଥ ସ୍ମୃତି ସାଂସଦ ଆନୁକୂଲ୍ୟରେ ଆଜି ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି l ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷିଲାଲ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ମୃତିଚାରଣ କରି କହିଲେ କି ରଘୁନାଥଙ୍କ ଅନ୍ୟନାମ ଶ୍ରୀରାମ l ପ୍ରଭୁ ଶ୍ରୀରାମ ଯେଭଳି ପାଷାଣୀ ଅହଲ୍ୟା କୁ ଜୀବନ ପ୍ରଦାନ କରିଥିଲେ ସେଇଭଳି ତାଙ୍କର ଅବତାର ନେଇ ଆଜିର କଳି ଯୁଗରେ ପଦ୍ମ ବିଭୂଷଣ ରଘୁନାଥ ପ୍ରସ୍ତର ସବୁକୁ ଅହଲ୍ୟା ଭଳି ଜୀବନ୍ତ କଳାକୃତି ଗଢି ନିଜର ତଥା ଏ ଓଡ଼ିଆ ଜାତିର କଳା ଭାସ୍କର୍ଯ୍ୟ କୁ ସାରା ପୃଥିବୀରେ ପରିଚୟ ପ୍ରଦାନ କରିଥିଲେ l

ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ବରିଷ୍ଠ ବିଧାୟକ ଶଶୀଭୁଷଣ ବେହେରା, ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ବିଧାୟକ ଅନନ୍ତ ନାରାୟଣ ଜେନା, ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ରମେଶ ଚ୍ୟାଉ ପଟନାୟକ। ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପ୍ରଫେସର ବିନାୟକ ରଥ। ସ୍ମୃତି ସଂସଦ ଆବାହକ ବାସୁଦେବ ଭଟ୍ଟ ସ୍ୱାଗତ ଭାଷଣ ରେ ରଘୁନାଥ ମହାପାତ୍ରଙ୍କ ଜୀବନରେ କରିଯାଇଥିବା କଳା ସ୍ଥପତିକୁ ବର୍ଣନା କରିବା ସହିତ ପୁଅ ଭଳି ସମସ୍ତଙ୍କୁ ଭଲ ପାଇବା ସଂକ୍ରାନ୍ତରେ ବର୍ଣନା କରିଥିଲେ l ତାଙ୍କ ଭଳି ଓଡିଶା ମାଟିର ଯୋଗ୍ୟ ସନ୍ତାନଙ୍କ ପ୍ରତିମୂର୍ତ୍ତି ଗବର୍ଣ୍ଣର ହାଉସ ଛକ କିମ୍ବା ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଅବସ୍ଥାପିତ କରିବା ଓ ତାଙ୍କ ଜନ୍ମଦିବସ ଏବଂ ଶ୍ରାଦ୍ଧଦିବସକୁ ସରକାରୀ ସ୍ତରରେ ପାଳନ କରିବାକୁ ମହାମହିମ ରାଜ୍ୟପାଳଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ l

ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରଦ୍ଧା ସୁମନ ଅର୍ପଣ କରି ମନୋଜ ଜେନା, ପ୍ରସନ୍ନ ବିଷୋୟୀ, ଜଗବନ୍ଧୁ ଜେନା, ମାଲା ଜେନା, ସନ୍ତୋଷ ସେନାପତି ଗୁରୁପଦ ବଳିୟାରସିଂ, ଲଳିତ ମୋହନ ପଟନାୟକ, ଶରତ ଦାସ,ତାରାକାନ୍ତ ପରିଡା, ଦିଲୀପ ଓଝା, ପ୍ରସନ୍ନ ସାହୁ ଅଶୋକ ପଣ୍ଡା ଆଦି ସ୍ମୃତି ଚରଣ କରିଥିଲେ lକାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂକୀର୍ତନ ମଣ୍ଡଳୀ ମାନଙ୍କ ଦ୍ୱାରା ସଂକୀର୍ତନ କରାଯାଇଥିଲା l ପରେ ଉତ୍କଳ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗୋଟିପୁଅ,ଦେବସ୍ମିତା ସାହୁଙ୍କ ଓଡିଶୀ,ଲକ୍ଷ ଡାନ୍ସ ଏକାଡେମୀ ଗ୍ରୁପ ଦ୍ୱାରା ଓଡିଶୀ, କଲିକତାର କାବେରୀ ପୁଇତାଣ୍ଡିଙ୍କ ଦ୍ୱାରା ଗୌଡିଅ ନୃତ୍ୟ, ନୃତ୍ୟଶ୍ରଦ୍ଧା ଗ୍ରୁପର ଓଡିଶୀ ସର୍ବଶେଷରେ ବିଶିଷ୍ଟ କଣ୍ଠଶିଳ୍ପୀ…ସଂଗୀତା ଗୋସାଇଁ, ଲିଟିଲ ରାଉତରାୟଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା l

Leave A Reply

Your email address will not be published.