୮ଟି ଡିଗ୍ରୀ ମହାବିଦ୍ୟାଳୟରେ ସର୍ବ ପ୍ରଥମେ ଭୋଟର ସଚେତନତା କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ୮ଟି ଡିଗ୍ରୀ ମହାବିଦ୍ୟାଳୟ ରେ ସର୍ବ ପ୍ରଥମେ ଭୋଟର ସଚେତନତା କାର୍ଯ୍ୟକ୍ରମ କଲେ | ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି କିପରି ନୂତନ ଭୋଟର ଏବଂ ଗାଁ ଗହଳିରେ ଭୋଟର ମାନେ ସଚେତନତା ହୋଇ ଭୋଟ ଦେଇପାରିବେ |

ତାହାକୁ ନେଇ ଓଡିଶାରେ ସର୍ବ ପ୍ରଥମ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ମୁଖ୍ୟ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ପଞ୍ଚପୀଡ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦଙ୍କ ସଭାପତିତ୍ୱ ରେ ଆଜି ଉପଖଣ୍ଡ ର ୮ ଟି ଡିଗ୍ରୀ ମହାବିଦ୍ୟାଳୟ ରେ ନୂତନ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ସଚେତନତା କରିବା ଦ୍ୱାରା ନୂତନ ଭୋଟର ଏବଂ ଯେମିତି ଆଗାମୀ ନିର୍ବାଚନ ରେ ୧୦୦ଶତକଡା ଭୋଟିଙ୍ଗ କରିହେବ ତାହାକୁ ନେଇ ଆଲଚନା କରିବା ସହିତ ଏହି ବାର୍ତା ଗାଁ ଗହଳିରେ ପହଂଚି ପାରିବ ତାହାକୁ ନେଇ ଉପଜିଲ୍ଲାପାଳ ପିଲା ମାନଙ୍କୁ ବୁଝେଇଥିଲେ |

ଏହି କାର୍ଯ୍ୟକ୍ରମ ରେ ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ସେଠୀ ଙ୍କ ସମେତ ଡିଗ୍ରୀ ମହାବିଦ୍ୟାଳୟ ରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟକ ଛାତ୍ରୀ ମାନେ ଯୋଗ ଦେଇଥିଲେ |ଏହି କାର୍ଯ୍ୟକ୍ରମ କୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସହଯୋଗ କରିଥିଲେ |

Leave A Reply

Your email address will not be published.