ନିର୍ବାଚନ ମୈଦାନରେ ଅରବିନ୍ଦ ଙ୍କ ସହ ବାପା ବିଜୟ ମହାପାତ୍ରଙ୍କ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନିର୍ବାଚନ ମୈଦାନରେ ଅରବିନ୍ଦ ଙ୍କ ସହ ବାପା ବିଜୟ ମହାପାତ୍ରଙ୍କ ପ୍ରଚାର | କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ରେ ଦିନକୁ ଦିନ ବିଜୁ ଜନତା ଦଳ ବିଧାୟକ ପାର୍ଥି ଅରବିନ୍ଦ ମହାପାତ୍ର ଙ୍କ ର ନିର୍ବାଚନୀ ପ୍ରଚାର ଆଗେଇ ଚାଲିଛି |

ମାର୍ଶାଘାଇ ଓ ଗରଦପୁର ବ୍ଲକ ରେ ନିଜ ଶକ୍ତି ପ୍ରଦର୍ଶନ ପରେ ଡେରାବିଶ ବ୍ଲକ ରେ ଅରବିନ୍ଦ ମହାପାତ୍ର ନିଜ ହଜାର ହଜାର କର୍ମୀ ଙ୍କ ସହ ବାଇକ ରାଲୀ ଦ୍ୱାରା ନିଜ ଶକ୍ତି ପ୍ରଦର୍ଶନ କରିଥିଲେ | ଏଥି ସହ ଅରବିନ୍ଦ ଙ୍କ ବାପା ତଥା ବରିଷ୍ଟ ନେତା ବିଜୟ ମହାପାତ୍ର ମଧ୍ୟ ବିଜୁ ଜନତା ଦଳର ପ୍ରଚାର କରିଥିଲେ ଓ ପୁଅ ଅରବିନ୍ଦ ଙ୍କ ପାଈଁ କର୍ମୀ ମାନଙ୍କୁ ଏକତ୍ରିତ କରି ନିର୍ବାଚନୀ ଗୁରୁ ମନ୍ତ୍ର ଦେଇଥିଲେ| ଡେରାବିଶ ବିଜୁ ଜନତା ଦଳ ସଭାପତି ତଥା ଡେରାବିଶ ବ୍ଲକ ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟ, ବିଜେଡି ନେତା ଦେବରାଜ ମହାପାତ୍ରଙ୍କ ସମେତ ଡେରାବିଶର ଛବିଶି ପଞ୍ଚାୟତ ର ବିଜେଡି ନେତା ଓ କର୍ମୀ ଅରବିନ୍ଦଙ୍କୁ ସମର୍ଥନ ଜଣାଇଥିଲେ |

ଅରବିନ୍ଦ ମହାପାତ୍ର ଡେରାବିଶ ବ୍ଲକ ରେ ନିଜ ଶକ୍ତି ପ୍ରଦର୍ଶନ କରି ଲୋକ ଙ୍କ ଆସ୍ତା ଭାଜନ ହେଇପାରିଥିଲେ | ପୁଅ ଅରବିନ୍ଦଙ୍କ ପାଈଁ ବିଜୟ ମହାପାତ୍ରଙ୍କ ରଣନୀତି ଓ ବିଜୁ ଜନତା ଦଳ ର ବିକାଶ ର ଚିତ୍ର ପାଟକୁରା ରେ ବିଜେଡି ପାର୍ଥୀଙ୍କୁ ବିପୁଳ ପରିମାଣ ରେ ବିଜୟୀ କରାଇବା ନେଇ ଏବେ ଠାରୁ ରାଜନୈତିକ ସମୀକ୍ଷକ ମାନେ ଆକଳନ କଲେଣି | ଅରବିନ୍ଦ ମହାପାତ୍ର ଡେରାବିଶ ବ୍ଲକ ରେ ନିର୍ବାଚନ ପ୍ରଚାର ସାରି ଲଛମନ ଜୀଉ ମନ୍ଦିର ରେ ଠାକୁର ଦର୍ଶନ କରିବା ସହ କର୍ମୀ ସମ୍ମିଳନୀ କରିଥିଲେ |

Leave A Reply

Your email address will not be published.