ଆଜିଠୁ ଆରମ୍ଭ ହେଲା “ଚୈତ୍ରପର୍ବ – ୨୦୨୪” ଓ ବିଶ୍ୱପ୍ରସିଦ୍ଧ ଛଉନୃତ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠୁ ଆରମ୍ଭ ହେଲା “ଚୈତ୍ରପର୍ବ – ୨୦୨୪” ଓ ବିଶ୍ୱପ୍ରସିଦ୍ଧ ଛଉନୃତ୍ୟ । ମୟୂରଭଞ୍ଜ ରେ ଆଜିଠାରୁ ଆରମ୍ଭ ହୋଇଛି ଚୈତ୍ରପର୍ବ- ୨୦୨୪। ଏହି ଅବସରରେ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଉଡା ପର୍ବ ପାଳନ ହେବା ସହ ବାରିପଦା ଛଉପଡ଼ିଆ ଠାରେ ଉଦଘାଟନ ହୋଇଛି ବିଶ୍ୱପ୍ରସିଦ୍ଧ ଛଉ ନୃତ୍ୟ । ମୁକ୍ତାକାଶ ଛଉମଞ୍ଚ ରେ ଆଜିଠାରୁ ଆରମ୍ଭ ହୋଇ ୨ ଦିନ ଧରି ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ଅନୁଷ୍ଠିତ ହେବ।

ଚୈତ୍ରପର୍ବ -୨୦୨୪ ଆସିଛି ନୂଆ ରଙ୍ଗରେ। ଯେଉଁଠାରେ ଛଉପ୍ରେମୀ ମାନେ ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟ ର ଭରପୁର ମଜାନେବେ ଦର୍ଶକ। ଏହି ଦୁଇ ଦିନରେ ଉତ୍ତର ସାହି ଛଉ ନୃତ୍ୟ ଏବଂ ଦକ୍ଷିଣ ସାହି ଛଉ ନୃତ୍ୟ ଦେଖିବା ପାଇଁ ମିଳିଛି। ଏହି ପର୍ବ ମୟୁରଭଞ୍ଜର ଐତିହକୁ ବଜାୟ ରଖିବା ସହ ଗ୍ରାମାଞ୍ଚଳରେ ଥିବା କଳା କୁ ମଧ୍ୟ ପ୍ରୋତ୍ସାହନ ଦେବ ବୋଲି କହିଛନ୍ତି କେବଳ ସେତିକି ନୁହେଁ ଚୈତ୍ରପର୍ବ କୁ ସବୁ ମୟୁରଭଞ୍ଜିଆ ଏକ ହୋଇ ଏକ ମନରେ ମନାଇବା ସହିତ ଏହାର ଐତିହ ଛଉନୃତ୍ୟକୁ ବିଶ୍ୱବ୍ୟାପୀ କରିବା ପାଇଁ ସମସ୍ତଙ୍କ ମିଳିତ ପ୍ରଚେଷ୍ଟା ରହିବା ଉଚିତ୍ ବୋଲି କହିଛନ୍ତି ମୂଖ୍ୟ ଅତିଥୀ। ତେବେ ରଜା ରଜୁଡ଼ା ଅମଳରୁ ଏହି ପରମ୍ପରା ମୟୂରଭଞ୍ଜ ଜିଲ୍ଲାରେ ପାଳନ ହୋଇ ଆସୁଅଛି। ହେଲେ ଚଳିତ ବର୍ଷ ନିର୍ବାଚନ କଟ କଣା ପାଇଁ ବିଶେଷ ଧୁମଧାମରେ ଚୈତ୍ର ପର୍ବରେ ଛଉ ପାଳନ କରାଯାଇ ପାରିନାହିଁ।

କିନ୍ତୁ ସବୁ ମୟୂରଭ୍ଞ୍ଜିଆ ଙ୍କ ଏହି ନୃତ୍ୟ ମନ ମୋହିଥାଏ। ଏହି ଛଉ ନୃତ୍ୟ ପ୍ରତ୍ୟେକ ବର୍ଷ ଚୈତ୍ର ପର୍ବ ରେ ସନ୍ଧ୍ୟା ସମୟରେ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥାଏ। ଆଉ ଚଳିତ ବର୍ଷ ମଧ୍ୟ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ରେ ଝୁମିଛନ୍ତି ଦର୍ଶକ ଓ କଳାକାର। ତେବେ ପୁଣି ଏହି ବିଶ୍ବ ପ୍ରସିଦ୍ଧ ଛଉ ବା ମୟୂରଭଞ୍ଜକୁ ବିଶ୍ବରେ ଏକ ପରିଚୟ ଦେଇ ଥିବା ଛଉ ନୃତ୍ୟ କୁ ଉପଭୋଗ କରିବା ପାଇଁ ପୁଣି ଏକ ବର୍ଷ ଅପେକ୍ଷାରେ ଦର୍ଶକ।

Leave A Reply

Your email address will not be published.