ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଦୁଇ ବରିଷ୍ଠ ନେତାଙ୍କୁ ଷ୍ଟାର୍ କ୍ୟାମ୍ପେନର୍ ତାଲିକାରୁ ବାଦ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ମଧ୍ୟରେ ଷ୍ଟାର୍ ପ୍ରଚାରକ ତାଲିକାରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ହଟାଇଲା ବିଜେପି। ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ ଚିଠିରେ ନିଜ ଦଳରୁ ହିଁ ଷ୍ଟାର୍‌ ପ୍ରଚାରକ ରହିପାରିବେ ବୋଲି ଘୋଷଣା ହେବା ପରେ ବିଜେପି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଏହି ତାଲିକାରୁ ହଟାଇଛି।

ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ, କେବଳ ଦଳୀୟକର୍ମୀ କିମ୍ବା ଦଳୀୟ ନେତା ଷ୍ଟାର୍ ପ୍ରଚାରକ ତାଲିକାରେ ରହିପାରିବେ। ଅନ୍ୟ ଦଳର ନେତା-ମନ୍ତ୍ରୀ ଏଥିରେ ସାମିଲ ହୋଇପାରିବେ ନାହିଁ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୪୦ ତାରକା ପ୍ରଚାରକଙ୍କ ସଂଶୋଧିତ ତାଲିକା ଭାରତର ନିର୍ବାଚନ ଆୟୋଗରେ ଦାଖଲ କରାଯାଇଛି। ତେବେ ପୂର୍ବରୁ ଷ୍ଟାର୍‌ ବା ତାରକା ପ୍ରଚାରକ ତାଲିକାରେ ଶିବସେନା ଏବଂ ମହାରାଷ୍ଟ୍ର ବିଜେପିରେ ଅନ୍ୟ ଦଳର ନେତାଙ୍କ ନାମ ରହିଥିଲା।

ଶିବସେନାର ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ଅଜିତ ପାୱାରଙ୍କୁ ଷ୍ଟାର ପ୍ରଚାରକ ଭାବରେ ତାଲିକାଭୁକ୍ତ କରାଯାଇଥିଲା। ରାଜ୍ୟ ବିଜେପି ତାଲିକାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବ୍ୟତୀତ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଟୱାଲେ ମଧ୍ୟ ରହିଥିଲେ।

Leave A Reply

Your email address will not be published.