ବନରକ୍ଷୀଙ୍କୁ ଗୁଳି ଘଟଣା: ୧୦ ଜଣଙ୍କୁ ବାନ୍ଧିଲା ପୋଲିସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ବନରକ୍ଷୀଙ୍କୁ ଗୁଳି ଘଟଣା ୧୦ ଜଣଙ୍କୁ ବାନ୍ଧିଲା ମୟୂରଭଞ୍ଜ ପୋଲିସ। ଏହା ସହ ସେମାନଙ୍କ ଠାରୁ  ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ପୋଲିସ । ପୋଲିସର ସୂଚନା ଅନୁସାରେ, ଗିରଫ ସମସ୍ତ ଅଭିଯୁକ୍ତ ଠାକୁରମୁଣ୍ଡା ଥାନା ଏଦଲବେଡ଼ା ଗାଁ ଅଞ୍ଚଳର । ଗିରଫ ମାନେ ତୁରୀ କାଣ୍ଡେୟାନ, ରାମାଇ କାାଣ୍ଡେୟାନ, ମୋରା ହୋ, ମାଣିକରାମ କାଣ୍ଡେୟାନ, ଗୋପବନ୍ଧୁ କାଣ୍ଡେୟାନ, ଦିଲୀପ କାଣ୍ଡେୟାନ, ରାମ ସିଂ ଗୁନ୍ଦୁଆ, ସିଙ୍ଗ ହୋ, ଗମେୟା ହୋ ଓ ଚମ୍ପାଇ ହୋ । ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ସହ ଧୁନତୀର, ଲୁହା ରଡ୍ ଜବତ କରିଛି । ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ମୂୟରଭଞ୍ଜ ଏସପି ।

ଅଭିଯୁକ୍ତଙ୍କୁ ଧରିବା ଲାଗି ଏସପିଙ୍କ ନେତୃତ୍ୱରେ ପୋଲିସ ୬ଟି ଟିମ୍ ଗଠନ କରି ତଦନ୍ତ କରୁଥିଲା । ଗତ ୧୬ ତାରିଖ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ପଶିଥିଲେ । ସେହି ସମୟରେ ଫରେଷ୍ଟର ମାଠି ହାଁସଦା ଅନ୍ଯ ବନ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ଥିଲେ । ବନ କର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ହାଁସଦାଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.