ବିବାହ ଭୋଜିକୁ ଯାଉଥିଲେ ଧକ୍କା ଦେଲା ଟ୍ରକ୍‌: ୨ ମୃତ, ୪ ଗୁରୁତର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିବାହ ଭୋଜିକୁ ଯାଉଥିଲେ କାରକୁ ଧକ୍କା ଦେଲା ଟ୍ରକ୍‌ । ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥି୍ବା ବେଳେ ୪ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲାର ୫୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଗୁରୁତର ଆହତଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସ୍ଥାନାନ୍ତର କରାଯାଉଛି। ଦୁର୍ଘଟଣା ଘଟିଛି କେ ବଳଙ୍ଗ ଥାନା ଅନ୍ତର୍ଗତ ସୁଖାବନ୍ଧ ନିକଟ ୫୨୦ ନମ୍ବର ଜାତୀୟ ରାଜପଥରେ।

ଅନୁଗୁଳ ଜିଲ୍ଲା ଖମାର ଅଞ୍ଚଳରୁ ବୈବାହିକ କାମରେ ଯୋଗ ଦେବାକୁ ୬ ଜଣ ଏକ କାରରେ ଆସୁଥିଲେ। ସାମନା ପଟୁ ଆସୁଥିବା ଏକ ଟ୍ରକ କାରକୁ ପିଟି ଦେବା ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ ଜଣ ଗୁରୁତର ଆହତ ହୋଇଥିଲେ। ଡ୍ରାଇଭର ଟ୍ରକ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛନ୍ତି।

Leave A Reply

Your email address will not be published.