ଭାରତର ପୂର୍ବତନ ତଥା ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ପୂର୍ବତନ ତଥା ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ଅସୁସ୍ଥ।  ଜ୍ୱର ଏବଂ ଛାତିରେ ସଂକ୍ରମଣ ଯୋଗୁଁ ପୁନେର ଭାରତୀ ହସ୍ପିଟାଲରେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଭର୍ତ୍ତି କରାଯାଇଛି । 89 ବର୍ଷୀୟା ପ୍ରତିଭା ପାଟିଲଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ନେଇ ହସ୍ପିଟାଲର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଫୁସଫୁସ୍ ସଂକ୍ରମଣ ଯୋଗୁଁ ପାଟିଲ (୮୯)ଙ୍କୁ ବୁଧବାର ରାତିରେ ପୁଣେର ଭାରତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତେବେ ସୂଚନା ମୁତାବକ,

୮୯ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ବୁଧବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଜ୍ୱର ଏବଂ ତାଙ୍କ ଛାତିରେ ସଂକ୍ରମଣ ହୋଇଛି। ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି। ଡାକ୍ତରଙ୍କ କଡା ଦେଖାରଖାରେ ତାଙ୍କୁ ରଖାଯାଇଛି।

ପ୍ରତିଭା ପାଟିଲ ହେଉଛନ୍ତି ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ। ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ। ପ୍ରତିଭା ପାଟିଲ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ । 2007ରୁ 2012 ପର୍ଯ୍ୟନ୍ତ ସେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ରହିଥିଲେ । ଗତବର୍ଷ ଫେବୃଆରୀ 24 ତାରିଖରେ ପ୍ରତିଭା ପାଟିଲଙ୍କ ସ୍ବାମୀ ଡକ୍ଟର ଦେବୀସିଂ ଶେଖାୱତଙ୍କ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାକୁ ୮୯ ବର୍ଷ ବୟସ ହୋଇଥିଲା ।

Leave A Reply

Your email address will not be published.