ଏକ ଦେଶ, ଏକକ ନିର୍ବାଚନକୁ ନେଇ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଷ୍ଟ୍ରପତିଙ୍କୁ ଭେଟି ରିପୋର୍ଟ ଦାଖଲ କଲେ ‘ଏକ ଦେଶ, ଏକ ନିର୍ବାଚନ’ ପାଇଁ ଗଠିତ କମିଟି।  ଏକ ଦେଶ, ଏକ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି, ମାଡାମ୍ ପ୍ରେସିଡେଣ୍ଟଙ୍କୁ ଭେଟି ରିପୋର୍ଟ ଦାଖଲ କରିଛନ୍ତି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକକ ନିର୍ବାଚନ ପ୍ରସଙ୍ଗରେ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି । ଗତ ବର୍ଷ ସେପ୍ଟେମ୍ବର ୨ରେ ଏହି କମିଟି ଗଠନ କରାଯାଇଥିଲା, ଯେଉଁମାନେ କି ‘ଏକ ଦେଶ, ଏକ ନିର୍ବାଚନ’ ଲାଗୁ କ୍ଷେତ୍ରରେ ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ନେଇଥିଲେ। କମିଟି ସମସ୍ତଙ୍କ ମତାମତ ଆଧାରରେ ରିପୋର୍ଟ ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛି। କମିଟି ରାଷ୍ଟ୍ରପତିଙ୍କୁ ୧୮,୬୨୬ ପୃଷ୍ଠାର ରିପୋର୍ଟ ଦାଖଲ କରିଥିବା କୁହାଯାଉଛି।

ଏହି କମିଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ୍ ମେଘଓ୍ବାଲ, ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP)ର ମୁଖ୍ୟ ଗୁଲାମ ନବୀ ଆଜାଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ରିପୋର୍ଟ ଦାଖଲ କରାଯାଇଛି । ଉଚ୍ଚ ସ୍ତରୀୟ କମିଟି ବିଜେପି, ତ୍ରୁଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ସିପିଆଇ(ଭରତୀୟ କମ୍ୟୁୁନିଷ୍ଟ ପାର୍ଟି), ସିପିଆଇ (ଏମ୍), ଏଆଇଏମଆଇଏମ, RPI(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ), ଆପନା ଦଳ ଭଳି ଅନେକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଏହି ପ୍ରସ୍ତାବକୁ କମିଟି ଲିଖିତ ଆକାରରେ ପ୍ରଦାନ କରିଛନ୍ତି । ଏକକ ନିର୍ବାଚନ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ।

Leave A Reply

Your email address will not be published.