ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଇବା ନେଇ କେନ୍ଦ୍ର ସରକାରଙ୍କୁ ଏପରି କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବା ନେଇ ଜମ୍ମୁ କଶ୍ମୀରର ନ୍ୟାସନାଲ କନଫରେନ୍ସ ଦଳର ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏକ ବିବୃତ୍ତି ରଖିଛନ୍ତି। ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଡ୍ରାଙ୍ଗ ଟାଙ୍ଗମର୍ଗରେ ଦଳର ଉତ୍ତର ଅଞ୍ଚଳର କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ ଯଦି ରାଜ୍ୟରେ ଦଳ ଦୁର୍ବଳ ହୋଇନଥାନ୍ତା ତେବେ ଧାରା ୩୭୦ ହୋଇନଥାନ୍ତା। ଓମାର ଅବଦୁଲ୍ଲା ତାଙ୍କ ଦଳୀୟ ନେତାକୁ ସମ୍ବୋଧିତ କରି କହିଛନ୍ତି ଯେ, ଏହା ଏକ ଅପ୍ରିୟ ସତ ଯେ, ଯଦି ରାଜ୍ୟରେ ଆମ ନ୍ୟାସନାଲ କନଫରେନ୍ସ ରାଜନୈତିକ ଭାବେ ମଜବୁତ ହୋଇଥାଆନ୍ତା, ତେବେ ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାର ଧାରା ୩୭୦ ହଟାଇପାରି ନଥାଆନ୍ତେ କି ଲଦାଖକୁ ଆମ ଠାରୁ ଅଲଗା କରିପାରି ନଥାଆନ୍ତେ।

ଓମାର ଅବ୍ଦୁଲା ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରୁଥିବା ବେଳେ ପଚାରିଥିଲେ ଯେ,’ଆପଣମାନେ ମତେ କୁହନ୍ତୁ ଯେ, ୧୯୫୩ ଠାରୁ ନେଇ ଆଜି ପର୍ଯ୍ୟନ୍ତ, ଦିଲ୍ଲୀ ଆମକୁ ଦୁର୍ବଳ କରିବା ପାଇଁ କେଉଁ କାମ ନ କରିଛନ୍ତି, ସବୁବେଳେ ଆମକୁ ବର୍ବାଦ କରିବା ପାଇଁ ସବୁ ରାସ୍ତା ବାଛିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶର ସାଧାରଣ ଲୋକଙ୍କ ମଧ୍ୟରେ କେବେ ବି କୌଣସି ଆଲୋଚନା ହେଉନାହିଁ। ଜନସାଧାରଣ କିମ୍ବା କୌଣସି ଦଳୀୟ ନେତାଙ୍କ ସହିିତ ଆଲୋଚନା ନକରି ସରକାର ନିଜେ ନିଜେ ସବୁ ନିଷ୍ପତ୍ତି ନେଉଛନ୍ତି।

ରାସନ୍‌ ବାଣ୍ଟିବା ହେଉ କିମ୍ବା ଲୋକଙ୍କ ଘରେ ସ୍ମାର୍ଟ ମିଟର ବସାଇବା ହେଉ କିମ୍ବା ବିଜୁଳି ଦର ବୃଦ୍ଧି ହେଉ, ସଂକଟ ପରିସ୍ଥିତିରେ ବର୍ତ୍ତମାନର ସରକାର ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି।

ଦଳୀୟ ବୈଠକରେ ଯୋଗ ଦେଇଥିବା କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଓମାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଆପଣ କଶ୍ମୀରରେ ଜି-୨୦ ବୈଠକ କରାଇପାରିବେ କିନ୍ତୁ ବିଧାନସଭା ନିର୍ବାଚନ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଯଦି ଆପଣ ଏଠି ବୈଠକ କରିପାରୁଛନ୍ତି ତେବେ ଆପଣ ନିର୍ବାଚନ ବି କରିପାରିବେ। କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ କରି ଓମାର ଅବ୍ଦୁଲା କହିଛନ୍ତି ଯେ, ‘କେନ୍ଦ୍ର ସରକାର ଏଠାରେ ବିକାଶ ହେଉଥିବା କଥା କହୂଥିବା ବେଳେ ଏଠାରେ କି ବିକାଶ ହୋଇଛି ତାହା ଦେଖିବାକୁ ମିଳୁନାହିଁ।

Leave A Reply

Your email address will not be published.