ଭାରତକୁ ଆଠ ଚକିଆ ଯୁଦ୍ଧ ଯାନ ‘ଷ୍ଟ୍ରାଇକର’ ଏବଂ ଏମ୍ ୭୭୭ ତୋପ ଦେବାକୁ ପ୍ରସ୍ତାବ ଦେଲା ଆମେରିକା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଆମେରିକାକୁ ରାଜକୀୟ ଗସ୍ତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ତୃତୀୟ ଦିନ । ମୋଦୀଙ୍କ ଏହି ଗସ୍ତ ଓ ଦୁଇ ଦେଶ ମଧ୍ୟରେ ବଢୁଥିବା ଘନିଷ୍ଠତା ଉପରେ ସାରା ବିଶ୍ୱର ନଜର ରହିଛି । ଏହି ଗସ୍ତ ସମୟରେ ଆମେରିକା ଭାରତକୁ ଆଠ ଚକିଆ ଯୁଦ୍ଧ ଯାନ ‘ଷ୍ଟ୍ରାଇକର’ ଏବଂ ଏମ୍ ୭୭୭ ତୋପ ଦେବାକୁ ପ୍ରସ୍ତାବ ଦେଇଛି।

ନୂଆଦିଲ୍ଲୀ ଏବଂ ୱାଶିଂଟନର ଅଧିକାରୀଙ୍କ ବୟାନ ଦେଇ ହିନ୍ଦୁସ୍ତାନ ଖବରକାଗଜ ରିପୋର୍ଟ କରିଛି ଯେ ଏହି ଦୁଇଟିର ବିକ୍ରି ସଂପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ବାଇଡେନ୍ ପ୍ରଶାସନର ସର୍ତ୍ତ ଉପରେ ନିର୍ଭର କରେ ।

ତାଲିବାନର ମୁକାବିଲା ପାଇଁ ଏହି ଷ୍ଟ୍ରାଇକରଙ୍କୁ ଆଫଗାନିସ୍ତାନରେ ନିୟୋଜିତ କରାଯାଇଥିଲା ଏବଂ ବାଇଡେନ ତାଙ୍କୁ ୟୁକ୍ରେନ ପଠାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଭାରତର ଉତ୍ତର ସୀମାରେ ଅସ୍ତ୍ରଶସ୍ତ୍ରର ମୁକାବିଲା କରିବା ପାଇଁ ଆମେରିକା ହେଓ୍ବିତଜର ଗନରେ ଲାଗୁଥିବା ଦୂରଗାମୀ ଗାଇଡେଡ୍ ଗୋଳା ପ୍ରଦାନ କରିବାକୁ ଆମେରିକା ପ୍ରସ୍ତାବ ଦେଇଛି ।

ଗାଇଡେଡ ଗୋଳାଗୁଡ଼ିକ ସଠିକ୍ ସ୍ଥାନରେ ମାଡ଼ କରିଥାଏ । ଭାରତରେ ପୂର୍ବରୁ ୧୪୫ଟି ଏମ୍ ୭୭୭ଟି ହେଓ୍ବିତଜର ଥିବା ବେଳେ ସେଥିମଧ୍ୟରୁ ୧୨୦ଟି ଭାରତରେ ନିର୍ମାଣ କରାଯାଇଛି । ମୋଦୀଙ୍କ ଏହି ଗସ୍ତକାଳରେ ପ୍ରିଡେଟର ଡ୍ରୋନ ବିକ୍ରି ପାଇଁ ମଧ୍ୟ ଚୁକ୍ତି ହୋଇପାରେ । ଏହି ଚୁକ୍ତିକୁ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁମତି ଦେଇସାରିଛି ।

ଅନ୍ୟପଟେ  ଆଜି ହ୍ୱାଇଟ୍ ହାଉସ୍ରେ ତାଙ୍କ ସମ୍ମାନରେ ଷ୍ଟେଟ୍ ଡିନରର ଆୟୋଜନ କରାଯିବ । ତେବେ ଏହି ଷ୍ଟେଟ୍ ଡିନର ମେନ୍ୟୁ ଏବେ ସାମ୍ନାକୁ ଆସିଛି । ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ମୋଦୀ ବାଜରା ଚାଷ ଓ ଏହାକୁ ଖାଦ୍ୟରେ ସାମିଲ ଉପରେ ଜୋର ଦେଇ ଆସୁଛନ୍ତି ।

ଏହାକୁ ଧ୍ୟାନରେ ରଖି ଆମେରିକାର ଫାଷ୍ଟ ଲେଡି ଜିଲ୍ ବାଇଡେନ୍ ମୋଦୀଙ୍କ ଲାଗି ଷ୍ଟେଟ୍ ଡିନରରେ ବାଜରାକୁ ସାମିଲ କରିଛନ୍ତି । ଏହି ଡିନର ସଂପୂର୍ଣ୍ଣ ଭାବରେ ଶାକାହାରୀ ହେବ । ଫାଷ୍ଟ ଲେଡି ଜିଲ ବାଇଡେନ୍ ଗେଷ୍ଟ ସେଫ୍ ନୀନା କାର୍ଟିସ୍, ହ୍ୱାଇଟ୍ ହାଉସର ଏକ୍ଜିକ୍ୟୁଟିଭ୍ ସେଫ୍ କ୍ରିସ୍ କୋମରଫୋର୍ଡ ଓ ହ୍ୱାଇଟ ହାଉସର ଏକ୍ଜିକ୍ୟୁଟିଭ୍ ପାଷ୍ଟ୍ରୀ ସେଫ୍ ସୁଜୀ ମରିଶନଙ୍କ ସହ ମିଶି ଏହି ଷ୍ଟେଟ୍ ଡିନର ମେନ୍ୟୁ ତିଆରି କରିଛନ୍ତି ।

ମୋଦୀଙ୍କୁ ଦିଆଯିବାକୁ ଥିବା ଫାଷ୍ଟ କୋର୍ସ ମିଲ୍ ରେ ମାରିନେଟେଡ୍ ମିଲେଟ୍, ଗ୍ରୀଲଡ୍ କର୍ଣ୍ଣ କର୍ନେଲ ସାଲାଡ, କମ୍ପ୍ରେସଡ୍ ୱାଟର ମେଲନ ଆଦି ସାମିଲ ରହିଛି । ଅନ୍ୟପକ୍ଷରେ ମୁଖ୍ୟ କୋର୍ସରେ ଷ୍ଟଫଡ୍ ମଶରୁମ୍, କ୍ରିମି ସାଫରନ୍ ଇନଫ୍ୟୁଜ୍ ରିସୋଟୋ ଇତ୍ୟାଦି ସାମିଲ କରାଯାଇଛି । ଏହା ବ୍ୟତୀତ ସୁମେକ ରୋଷ୍ଟେଡ୍ ସି ବାସ୍, ଲେମ୍ବୁ ଦହି ସସ୍, ବାଜରା କେକ୍, ସମର ସ୍କ୍ୱାସ୍ ମଧ୍ୟ ସାମିଲ କରାଯାଇଛି । ମୋଦୀଙ୍କ ଏହି ଷ୍ଟେଟ୍ ଡିନର ବିଷୟରେ ସୂଚନା ଦେଇ ଫାଷ୍ଟ ଲେଡି ଜିଲ ବାଇଡେନ୍ କହିଛନ୍ତି ହ୍ୱାଇଟ୍ ହାଉସର ସାଉଥ୍ ଲନ୍ ଆଜି ରାତିରେ ବିଶେଷ ଅତିଥିଙ୍କୁ ନେଇ ଭରପୁର ରହିବ ।

Leave A Reply

Your email address will not be published.