ବାହାନଗା ଟ୍ରେନ ଦୁର୍ଘଟଣା; ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ, ମୃତ୍ୟୁ ସଂଖ୍ୟା ୨୯୨କୁ ବୃଦ୍ଧି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆହତ । ଏହାକୁ ମିଶାଇ କଟକ ଏସିବିରେ ୪ ଜଣ ଆହତ ଯାତ୍ରୀଙ୍କର ମୃତ୍ୟୁ ଘଟିସାରିଲାଣି । ମୃତ ବ୍ୟକ୍ତିଙ୍କ ନାଁ ପଲତୁ ନସ୍କାର । ମୃତକଙ୍କ ଘର ପଶ୍ଚିମବଙ୍ଗର ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳରେ । ପଲତୁଙ୍କ ମୃତ୍ୟୁ ପରେ ବାହନଗା ଟ୍ରେନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୯୨ରେ ପହଞ୍ଚିଛି । ପଲତୁଙ୍କୁ ଦୁର୍ଘଟଣା ଘଟିବା ଦିନ ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସେଂଟ୍ରାଲ ଆଇସିୟୁ ବେଡ ନମ୍ବର -୧୪ରେ ଚିକିତ୍ସା ଚାଲିଥିଲା । ଆଜି ଦିନ ୧୨ଟା ୪୫ରେ ତାଙ୍କର  ମୃତ୍ୟୁ ଘଟିଥିବା ଏସସିବି ପକ୍ଷରୁ କୁହାଯାଇଥିଲା । ଏହା ପୂର୍ବରୁ  ମୃତ୍ୟୁ ଘଟିଥିବା ତିନିଜଣ ବିହାରର ଥିଲେ ।

ସୂଚନାଥାଉ କି, ଜୁନ ୨ ତାରିଖରେ ବାହାନଗାଠାରେ ଚେନ୍ନାଇରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଏକ ମାଲବାହୀ ଗାଡକୁ ଧକ୍କା ଦେଇଥିଲା । ଏହା ପରେ ବେଙ୍ଗାଲୁର-ହାଓଡା ସୁପରଫାଷ୍ଟ ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.