ପୁରୀରେ ନକଲି ଅବଢା ବିକ୍ରିକୁ ଜଗନ୍ନାଥ ସଂସ୍କୃତି ବିରୋଧୀ କହିଲେ ଗଜପତି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁରୀରେ ନକଲି ଅବଢା ବିକ୍ରିକୁ ଜଗନ୍ନାଥ ସଂସ୍କୃତି ବିରୋଧୀ କହିଲେ ଗଜପତି । ନକଲି ଅବଢ଼ା ବିକ୍ରି ବନ୍ଦ ହେବା ଦରକାର। ମହାପ୍ରସାଦର ସ୍ବତନ୍ତ୍ର ମର୍ଯ୍ୟାଦା ଓ ପ୍ରସ୍ତୁତ ପ୍ରଣାଳୀ ରହିଛି। ଏଥିପାଇଁ ନୀତି ନିୟମ ରହିଛି। ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ନକଲି ଅବଢ଼ା ବିକ୍ରି ହେଉଥିବା ନେଇ ଏବେ ସୁଆର ମହାସୁଆର ନିଯୋଗର ଅଭିଯୋଗକ୍ରମେ ଦୁଇଟି ଥାନାରେ ଏତଲା ହୋଇଛି।ସେ କହିଛନ୍ତି, ଯଦି ଏଭଳି ବେଆଇନ ଅବଢା ବିକ୍ରି ହେଉଛି ଗଣମାଧ୍ୟମ ପ୍ରତିନିଧି ପୋଲିସ ପ୍ରଶାସନକୁ ଅବଗତ କରାଇବା ଦରକାର। ଏପରି ନକଲି ଅବଢ଼ା ବିକ୍ରି ହେବା ଠିକ୍ ନୁହେଁ। ଏହା କଳି ଯୁଗର ପ୍ରଭାବ। ଜଗନ୍ନାଥ ସଂସ୍କୃତି ବିରୋଧୀ କାମ। ଏପରି କହିବା ସହିତ ପ୍ରଶାସନ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରୁ ବୋଲି ଗଜପତି କହିଛନ୍ତି। ସେହିପରି ବିଧି ଓ ଶାସ୍ତ୍ର ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ମଧ୍ୟରେ ହିଁ ରଥଯାତ୍ରା ହୋଇପାରିବ। ଖଜାର ବ୍ୟବସାୟୀକରଣ, ନିର୍ମାଲ୍ୟ ବିକ୍ରି ଓ ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାଁରେ ରନ୍ଧନ କରି ବିକ୍ରି ହେଉଥିବା ଘଟଣା ଆଦୌ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମନ୍ଦିର ବିହାରେ ଅବଢା ବିକ୍ରି ହେଉଥିବା ଜଣାପଡିବା ପରେ ପୁରୀ ସଂହଦ୍ୱାର ଥାନାରେ ଅନ୍ ଲାଇନରେ ଏତଲା ଦିଆଯାଇଛି ସେହିପରି ବାସେଳୀସାହି ଥାନାରେ ଏତଲା ଦିଆଯାଇଛି। ଦୁଇଟି ଏତଲା ଦେବାର କାରଣ ସିଂହଦ୍ୱାର ଥାନାରେ ଏତଲା ଦେଲେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଘଟଣା ଉପରେ ନଜର ରଖିପାରିବ ସେହିପରି ନକଲି ଅବଢ଼ା ବିକ୍ରି ବାସେଳେସାହି ଥାନା ଅଧୀନରେ ରୋଷେଇ ହୋଇଥିବାରୁ ଏତଲା ଦିଆଯାଇଛି।

Leave A Reply

Your email address will not be published.