ତାତିରୁ ଆଶ୍ବସ୍ତି, ରାଜଧାନୀରେ କାଚିଲା ବର୍ଷା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଦିନରେ ପ୍ରବଳ ତାତି, ରାତିରେ ପ୍ରବଳ ବର୍ଷା। ଆଜି ଦିନରେ ପ୍ରବଳ ଗରମରେ ଜନଜୀବନ ଡହଳ ବିକଳ ହେଉଥିଲେ। କିନ୍ତୁ ହଠାଥ ପାଗ ଥଣ୍ଡା ପଡିବା ସହ ତାପମାତ୍ରାରେ ହ୍ରାସ ପରିଲକ୍ଷିତ ହୋଇଥିଲା । ଥଣ୍ଡା ପବନ ବହିବା ସହ ବିଜୁଳି ଘଡଘଡି ସହ ଭୀଷଣ ବର୍ଷା କାଚିଥିଲା । ବର୍ଷା ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବର୍ଷା ଛେଚିଥିଲା । ଏହାପରେ ରାଜଧାନୀ ବାସୀ ତାତିରୁ ମୁକ୍ତି ପାଇଥିଲେ ।

ସୂଚନାଥାଉକି, ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଗାତଳାଲି ଦିନ ୨ଟା ୩୦ ମିନିଟ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁରର ତାପମାତ୍ରା ୪୫.୪ ଡ଼ିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟି ଥିଲା । ସେହିପରି ଝାରସୁଗୁଡାର ତାପମାତ୍ରା ୪୪.୪ ଡ଼ିଗ୍ରୀ ରହିଥିଲା ।

ହୀରାକୁଦରେ ୪୪.୨ ଡ଼ିଗ୍ରୀ ରହିିଛି। ଅନ୍ୟପଟେ ଡହଡହ ଖରାରେ ସିଝିଲେ ରାଜଧାନୀବାସୀ। ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଥିବାବେଳେ କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୬.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୪ ଡ଼ିଗ୍ରୀ, ଗୋପାଳପୁରରେ ୩୩.୮ ଡ଼ିଗ୍ରୀ , ପୁରୀରେ ୩୩.୬ ଡ଼ିଗ୍ରୀ ଓ ପାରାଦୀପରେ ୩୩.୪ ଡ଼ିଗ୍ରୀ ସେସସିୟସ ତାପମାତ୍ରା ରେକର୍ଡ ହୋଇଛି।

Leave A Reply

Your email address will not be published.