ତାତିରୁ ମିଳିବ ତ୍ରାହି, ୨୧ରୁ କାଚିବ ବର୍ଷା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଗରମରେ ସନ୍ତୁଳି ହୋଇଗଲେଣି ରାଜ୍ୟବାସୀ।  ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଏସବୁ ମଧ୍ୟରେ ଆସିଛି ଆଶ୍ଵସ୍ତିକର ଖବର। ଆସନ୍ତା ୨୧ ତାରିଖରୁ ହେବ ବର୍ଷା । କମିବ ପାରଦ ।

ବର୍ଷା ହେବା ପରେ ରାଜ୍ୟରେ ମୌସୁମୀ ଛୁଇଁବ। ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ଲୋକଙ୍କୁ ତ୍ରାହି ମିଳିବ। ସେହିପରି ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ପାଗର ପରିବର୍ତ୍ତନ ହେବ ନାହିଁ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳ ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷିବ। ସ୍ଵାଭାବିକ ଠାରୁ ୭ ଡିଗ୍ରୀ ଅଧିକ ପାରଦ ରହୁଥିବାରୁ ସିଭିୟର ହିଟ୍ ୱେଭ୍ ପାଇଁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ସୂଚନାଯୋଗ୍ୟ ଯେ, ଶନିବାର ଦିନ ୧୧ ଟା ୩୦ ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୨.୨ ଡ଼ିଗ୍ରୀ ଏବଂ ଆଦ୍ରତା ୩୬% ରେକର୍ଡ କରାଯାଇଛି ।

ଶୁକ୍ରବାର ଏହି ସମୟରେ ତାପମାତ୍ରା ୪୧.୬ ଡ଼ିଗ୍ରୀ ଏବଂ ଆଦ୍ରତା ୩୮% ରେକର୍ଡ ହୋଇଥିଲା । ସମ୍ବଲପୁରରେ ୪୨.୬ ଡ଼ିଗ୍ରୀ, ହୀରାକୁଦରେ ୪୨.୪ ଡ଼ିଗ୍ରୀ, ଝାରସୁଗୁଡାରେ ୪୨.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୯.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୬ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ଗୋପାଳପୁରରେ ୩୫.୪ ଡ଼ିଗ୍ରୀ ପାରାଦୀପରେ ୩୪.୪ ଡ଼ିଗ୍ରୀ ଏବଂ ବାଲେଶ୍ବରରେ ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଅସହ୍ୟ ଗରମରେ ରାଜ୍ୟବାସୀ ଡହଳବିକଳ ହେଉଥିବାରୁ ମୌସୁମୀର ଆଗମନକୁ ସମସ୍ତେ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.