ଏନକାଉଣ୍ଟରେ  ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ନିହତ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି  ଏସଟିଏଫ ଏନକାଉଣ୍ଟରେ  ଗ୍ୟାଙ୍ଗଷ୍ଟର ଅନିଲ ଦୁଜାନା ନିହତ ହୋଇଥିବା ସୂଚନା ମିଳିଛି। କୁଖ୍ୟାତ ଅପରାଧୀ ଅନିଲ ଦୁଜାନା ମିରଟରେ ଭୋଲା ଝାଲରେ ସକ୍ରିୟ ଥିବା ସୂଚନା ମିଳିବା ପରେ ଏସଟିଏଫ ତାଙ୍କୁ ଚାରି ପଟରୁ ଘେରି ଯାଇଥିଲା।କୁହାଯାଉଛି କି ସେ ପୋଲିସ ଉପରକୁ ଫାୟାରିଂ କରି ଫେରାର ହେବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ପୋଲିସ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଅନିଲ ଦୁଜାନାଙ୍କ ନାମରେ ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟରେ ପ୍ରାୟ ୫୦ଟି ହତ୍ୟା ମାମଲା ରହିଛି। ଏହା ବ୍ୟତୀତ କିଚି ନିର୍ଯ୍ୟାତନା ମାମଲା ବି ରହିଛି ଦୁଜାନାଙ୍କ ନାମରେ। ବାଦଲପୁରର ଦୁଜାନା ଗାଁ କେବେ କୁଖ୍ୟାତ ସୁନ୍ଦର ସାଗର ଓରଫ ସୁନ୍ଦର ଡାକୁ ନାମରେ ପରିଚିତ ଥିଲା। ୭୦ ଓ ୮୦ ଦଶକରେ ଦିଲ୍ଲୀରେ ଲୋକେ ସୁନ୍ଦରଙ୍କୁ ଭୟ କରୁଥିଲେ। ସେ ତତ୍କାଳନିନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବି ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଏହି ଦୁଜାନା ଗାଁର ବାସିନ୍ଦା ହେଉଛନ୍ତି ଅନିଲ ଦୁଜାନା। ପୋଲିସ ରେକର୍ଡରେ ୨୦୦୨ରେ ଗାଜିଆବାଦର କବି ନଗର ଥାନରେ ତାଙ୍କ ବିରୋଧରେ ହରବିର କୁସ୍ତିଯୋଦ୍ଧାଙ୍କ ହତ୍ୟାର ପ୍ରଥମ ମାମଲା ଦାୟର କରାଯାଇଥିଲା। ମୁଜଫରନଗରର ରୋହାନାରେ ବି ଏକ ହତ୍ୟା ମାମଲାରେ ସେ ସାମିଲ ଥିଲେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.