ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ଖୋଲିଲା କେଦାରନାଥ ଧାମ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପବିତ୍ର କେଦାରନାଥ ଧାମ ଶ୍ରଦ୍ଧାଳୁଙ୍କ ପାଇଁ ପୁଣି ଥରେ ଖୋଲିଲା । ଯାତାୟତ ପାଇଁ ରାସ୍ତା ଖୋଲିବା ପରେ ଏବେ ଆରମ୍ଭ ହୋଇଛି କେଦାରନାଥ ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ଅନେକ ପରିଶ୍ରମ ପରେ ରାସ୍ତା ଖୋଜି ବାହାର କରିଛନ୍ତି ଏସଡିଆରଏଫ ଏବଂ ପିଡବ୍ଲୁଡିର ମିଳିତ ଦଳ ।

ତେବେ ବର୍ତ୍ତମାନ କେବଳ ପଦଚାରୀମାନଙ୍କ ପାଇଁ ରାସ୍ତା ସୁଗମ ହୋଇପାରିଛି ।ଏହାପୂର୍ବରୁ କୁବେର ଏବଂ ଭୈରବ ଗ୍ଲାସିୟର ନିକଟରେ ଗ୍ଲାସିୟର ଖସୁଥିବାରୁ ରାସ୍ତା ଖୋଲି ଦିଆଯାଇଥିଲା ।ବୁଧବାର ସନ୍ଧ୍ୟାରେ ଗ୍ଲାସିୟର ଭାଙ୍ଗୁଥିବାରୁ କେଦାରନାଥ ଯାଉଥିବା ୪ ପୋର୍ଟର ଫସି ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ଏସଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରିଥିଲା ।

ଚନ୍ଦା ବାହାଦୂର, ଶେଖ ବାହାଦୂରଙ୍କ ସହ ଖଡକ ବାହାଦୂର ଥାପା ଏବଂ ରାମ ବାହାଦୂର ଏହି ଗ୍ଲାସିୟରରେ ଫସି ରହିଥିଲେ । ଲିଞ୍ଚୋଲିରୁ ଶ୍ରୀ କେଦାରନାଥ ଧାମକୁ ଯାଉଥିବା ବେଳେ କୁବେର ଗ୍ଲାସିୟର ନିକଟରେ ଅଚାନକ ବରଫରେ ଫସି ଯାଇଥିଲେ ଏମାନେ । ଉଭୟ ପାଶ୍ୱର୍ରୁ ରାସ୍ତା ବନ୍ଦ ହୋଇ ଯିବାରୁ ଏମାନେ ବାହାରକୁ ବାହାରିବା ପାଇଁ ଫେରି ପାରି ନଥିଲେ । ପୁଣି କେଦାରନାଥ ଧାମ ଖୋଲିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି ।

Leave A Reply

Your email address will not be published.