ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚିକିତ୍ସା ଅବହେଳାରୁ ରୋଗି ମୃତ୍ୟୁକୁ କେନ୍ଦ୍ର କରି ଜିକେ ଭୋଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ମେଡ଼ିକାଲ ଇନଚାର୍ଜ ଦିଲ୍ଲିପ ପାତ୍ର ଙ୍କୁ ପିଟେଲେ ମୃତ ରୋଗିର ସଂପର୍କୀୟ । ସୁଚନା ଅନୁଯାୟୀ ଜଳେଶ୍ଵର ଥାନା ଚକହରି ଗ୍ରାମର ଉମେଶ ଉଝା ବିଷ ପିଇ ଦେଇଥିଲେ ଗୁରୁତର ଅବସ୍ଥାରେ ଜଳେଶ୍ଵର ଜିକେ ଭୋଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ପରିବାର ଲୋକେ ।

କିନ୍ତୁ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ର ବିଳମ୍ବରେ ରୋଗିର ଚିକିତ୍ସା କରିଥିଲେ | ସେତେବେଳକୁ ଯୁବକର ମୃତ୍ୟୁ ଘଟିସାରିଥିଲା | ଚିକିତ୍ସାର ଅବହେଳା କରିବାରୁ ରୋଗିର ମୃତ୍ୟୁ ହେଇଥିବା ଅଭିଯୋଗ କରି ପରିବାର ଲୋକେ କାର୍ଯ୍ୟରତ ଡାକ୍ତର ଦିଲ୍ଲିପ ପାତ୍ରକୁ ଗାଳି ଗୋଲଜ କରିବା ସହିତ ଟାଣା ଟୁଣି କରିବା ସହିତ ମାଡ ମାରିଥିଲେ।

ଉପସ୍ଥିତ ପୋଲିସ ଲୋକମାନଙ୍କୁ ଜେତେ ବୋଝାଇବା ପାଇଁ ଚେଷ୍ଠା କରିଥିଲେ ଲୋକେ ଡାକ୍ତରକୁ ମାଡ ମାରିବା ସହିତ ହସ୍ପିଟାଲ ଭାଙ୍ଗା ରୁଜା କରିଛନ୍ତି।ଡାକ୍ତର ଦିଲ୍ଲୀପ ପାତ୍ର ଆହତ ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା ବେଳେ ପୋଲିସ ଶବ ଜବତ କରି ତଦନ୍ତ ଜାରୀ ରଖିଛି |

Leave A Reply

Your email address will not be published.