ନିରଞ୍ଜନଙ୍କୁ ସାଙ୍ଗରେ ଧରି ପ୍ରାର୍ଥିପତ୍ର ଦାଖଲ କଲେ ଜୟଦେବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନନ୍ଦପୁର ବିଧାନସଭା ଆସନ ପାଇଁ ଆଜି କଂଗ୍ରେଦଳ ତରଫରୁ ବରିଷ୍ଠ ନେତା ଜୟଦେବ ଜେନା ପ୍ରାର୍ଥି ପତ୍ର ଦାଖଲ କରିଛନ୍ତି। କ୍ରମାଗତ ଭାବେ ଚଳିତଥର କୁ ମିଶାଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ଦଳ ତରଫରୁ ଲଢୁଥିବା ଜୟଦେବଙ୍କର ଏହା ୧୦ତମ ପ୍ରାର୍ଥିତ୍ବ ହୋଇଥିବା ଜଣା ପଡିଛି।

ପ୍ରାର୍ଥିପତ୍ର ଦାଖଲ ପାଇଁ ଆଜି ଜୟଦେବ ଓ ଆନନ୍ଦପୁର କଂଗ୍ରେସ ଦଳ ତରଫରୁ ବିରାଟ ସଜବାଜ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଉଛି ଜୟଦେବ ଙ୍କ ସାଙ୍ଗରେ ଥିଲେ ନିରଞ୍ଜନ ପଟ୍ଟନାୟକ ଓ ନିରଞ୍ଜନ ଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ। ଜୟଦେବ ନିଜ ଗାଁ ହାଟଡିହି ବ୍ଲକ୍ ଶଙ୍ଖଣା ଠାରୁ ବାହାରି ଶହଶହ ସମର୍ଥକ ଙ୍କ ଗହଣରେ ଏକ ବିରାଟ ରିଲିଂ କଲି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ରିଟନିଂ ଅଫିସରଙ୍କ ନିକଟରେ ନିଜ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ତାଙ୍କ ସହିତ ଘସିପୁରା ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ପ୍ରାର୍ଥୀ ସୁବ୍ରତ କୁମାର ଚକ୍ର ମଧ୍ଯ ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ସମୟରେ ଜନ ସମାଗମ ଦେଖି ନିରଞ୍ଜନ ପଟ୍ଟନାୟକ ଅଭିଭୂତ ହୋଇଥିବା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.