ବିଜେପିର କର୍ମକର୍ତା  ମାନଙ୍କୁ ଦେଉଛନ୍ତି ଗୁରୁ ମନ୍ତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ । କୋରାପୁଟ ଜିଲ୍ଲାର ସମସ୍ତ ବିଧାନ ସଭା ଓ ଲୋକ ସଭାକୁ ଜିତିବା ନେଇ ବିଜେପିର କର୍ମକର୍ତା  ମାନଙ୍କୁ ଦେଉଛନ୍ତି ଗୁରୁ ମନ୍ତ୍ର । ବିଜେପି କିଭଳି ଜୟ ଲାଭ କରିବ କରୁଛନ୍ତି ବ୍ଲୁ ପ୍ରିଣ୍ଟ ।ବ୍ଲୁ ପ୍ରିଣ୍ଟର ସଫଳ କାର୍ଯ୍ୟ କାରିତା ପାଇଁ ସଂଗଠନ ଦାୟିତ୍ବ ଥିବା ଗୋଟି ଗୋଟି କରି କର୍ମକର୍ତା ମାନଙ୍କୁ ଦେଉଛନ୍ତି ଜ୍ଞାନ କୌଶଳ । କୋରାପୁଟ ଜିଲ୍ଲାରେ ବିଜେପି ଦଳ ନିଶ୍ଚିତ ଜୟ ଲାଭ କରିବ ବୋଲି କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଭରୁ ଛନ୍ତି ।

ଏହା ସହ ଜିଲ୍ଲା ବିଭିନ୍ନ ବର୍ଗର ଲୋକ ମାନଙ୍କ ସହ ସମ୍ପର୍କ ସ୍ଥାପନ କରି ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ପଚାରି ବୁଝୁଛନ୍ତି । ବିଜେପି ଦଳ ପାଇଁ କାମ କରିବାକୁ ଅନୁରୋଧ କରୁଛନ୍ତି । ବିପ୍ଲବ ଦେବଙ୍କ କୋରାପୁଟ ରେ ରହଣି, କର୍ମୀ ମାନଙ୍କ ସହ ସିଧା ସଳଖ କଥା ବର୍ତା କରିବା ସହ ବିଭିନ୍ନ ବର୍ଗ ର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଦକ୍ଷିଣ ଓଡିଶାର ୪ଟି ଲୋକସଭା ଓ ୨୮ ଟି ବିଧାନ ସଭା ଆସନରେ ଭୋଟ ଗ୍ରହଣ ହେବ ।ସମସ୍ତ ୪ ଟି ଲୋକସଭା ସହ ଅଧିକାଂଶ ବିଧାନ ସଭା ଆସନରେ ଜୟଲାଭ କରି ଦଳକୁ ସଫଳତା ଦେବା ଲକ୍ଷରେ ରଣ କୌଶଳ ଆପଣେଇଛନ୍ତି ବିପ୍ଲବ ଦେବ ।

କୋରାପୁଟ, ଲକ୍ଷ୍ମୀପୁର, ପଟାଙ୍ଗି ଓ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳିର ବିଜେପି କର୍ମକର୍ତା, ସଂଚାଳକ ମାନଙ୍କୁ ନେଇ କରିଛନ୍ତି ବୈଠକ ।ବୈଠକରେ ସାମିଲ ହୋଇଥିଲେ ବିଜେପିର କୋରାପୁଟ ଏମପି ପ୍ରାର୍ଥୀ, ଲକ୍ଷ୍ମୀପୁର, କୋରାପୁଟ, ପଟାଙ୍ଗି ବିଧାୟକ ପ୍ରାର୍ଥୀ ମାନେ । ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳିର ଦାୟିତ୍ବରେ ଥିବା ସଂଗଠକ, ପ୍ରଚାରକ, ବରିଷ୍ଠ, କନିଷ୍ଠ କର୍ମଜର୍ତା, ଏମପି ଓ ବିଧାୟକ ପ୍ରାର୍ଥୀ ମାନଙ୍କୁ ଏକାଠି ବସାଇ ନିର୍ବାଚନ ମଣ୍ଡଳି ଗୁଡିକର ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ ସଫଳତା ପାଇବା ନେଇ ଗୁରୁମନ୍ତ୍ର ଦେଉଛନ୍ତି । ଏହି ବୈଠକ ଫଳରେ ପ୍ରାର୍ଥୀ ଓ କର୍ମୀ ମାନଙ୍କ ଆତ୍ମବଳ ବଡିଥିବା ଜଣା ପଡିଛି ।

Leave A Reply

Your email address will not be published.