ରାଇରଙ୍ଗପୁରରେ ବାମନଘାଟୀ ପ୍ରେସ କ୍ଲବ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ବାମନଘାଟୀ ପ୍ରେସ କ୍ଳବ୍ ଆନୁକୁଲ୍ୟରେ ବିଶ୍ଵ ଶ୍ରମିକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ବିଇଓ ତଥା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀକୁମାର କବି ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା କାର୍ଯ୍ୟରତ ସାମ୍ବାଦିକ ସୁରଥ ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସାମ୍ବାଦିକ ମେଘନାଦ ହେମ୍ବ୍ରମ ଅତିଥି ପରିଚୟ କରିଥିଲେ ।

ପରେ ଅତିଥିଙ୍କ ସମେତ ସମସ୍ତ ସାମ୍ବାଦିକ ମାନଙ୍କୁ ବିଶ୍ବ ଶ୍ରମିକ ଦିବସ ଅବସରରେ ବାମନଘାଟୀ ପ୍ରେସ କ୍ଲବ ତରଫରୁ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀକୁମାର କବି ସମାଜରେ ଚତୁର୍ଥ ସ୍ତମ୍ଭର ଅବଦାନ ଅବର୍ଣ୍ଣନୀୟ ବୋଲି କହିଥିଲେ | ସାମ୍ବାଦିକ ଅନଶନ ମହାନ୍ତ, ସୁରଥ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ମନୋରଞ୍ଜନ ତିରିଆ, ତୁଷାରକାନ୍ତ ମହାନ୍ତ ପ୍ରମୁଖ ବିଶ୍ବ ଶ୍ରମିକ ଦିବସ ଉପରେ ଆଲୋକପାତ କରିଥିଲେ । ସାମ୍ବାଦିକ ଅକ୍ଷୟ ବିଶ୍ବାଳ ଶ୍ରମିକ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଜରେ ସାମ୍ବାଦିକ ମାନଙ୍କ ଭୂମିକା ଅବର୍ଣ୍ଣନୀୟ, ଅତୁଳନୀୟ ଓ ଅନନ୍ୟ ଅଟେ ।ଶ୍ରମିକମାନେ ଗୋଟାଏ ସ୍ଥାନରେ ନିର୍ଦିଷ୍ଟ କେତେ ଘଣ୍ଟା କାର୍ଯ୍ୟ କରୁଥିବାବେଳେ ସାମ୍ବାଦିକମାନେ ସକାଳୁ ରାତି ପର୍ଯ୍ୟନ୍ତ ସମଗ୍ର ଅଂଚଳକୁ ନଜର ଦେଇ ସେଠାକାର ସାମାଜିକ, ରାଜନୈତିକ, ଅର୍ଥନୈତିକ,ପାଣି,ରାସ୍ତାଘାଟ,ବିଜୁଳି, ଶିକ୍ଷା, ସ୍ଵାସ୍ଥ୍ୟ,କୃଷି, ଆଇନ୍ କାନୁନ୍ ଶୃଙ୍ଖଳା , ସଂସ୍କୃତି,ଲୋକ ସମସ୍ଯା ଉପରେ ନଜର ରଖି ନିଜର ଲେଖନୀକୁ ଜୋରଦାର କରିଥାନ୍ତି ।

ସରକାର ସାମ୍ବାଦିକଙ୍କ ଗୋପବନ୍ଧୁ ସ୍ଵାସ୍ଥ୍ୟ ଵୀମାକୁ ୧୦ ଲକ୍ଷ ଟଙ୍କା ସହ ପରିବାରର ବାପା, ମାଆ ଓ ସମସ୍ତ ସନ୍ତାନ ମାନଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ସହଜ କିସ୍ତିରେ ଗାଡ଼ି ଋଣ ଦେବା, ଟ୍ରେନ ପାଶ ଦେବା, ସମସ୍ତ ବ୍ଳକ, ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ସାମ୍ବାଦିକ ଭବନ ନିର୍ମାଣ,ପୁରୀର ସେବାୟତଙ୍କ ଭଳି ସାମ୍ବାଦିକ ପିଲାମାନଙ୍କର ଛାତ୍ରବୃତ୍ତି ଓ ସାମ୍ବାଦିକ ମାନଙ୍କୁ ଚିହ୍ନଟ କରି ପର୍ଯ୍ୟାୟକ୍ରମେ ପେନସନ ପ୍ରଦାନ, ସାମ୍ବାଦିକମାନଙ୍କୁ ଲାପଟପ୍ ପ୍ରଦାନ, କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକ ମାନଙ୍କୁ ସୁରକ୍ଷା ପ୍ରଦାନ ଓ ମିଥ୍ୟା ମାମଲାକୁ ତୁରନ୍ତ ହଟାଯିବା ପାଇଁ ସରକାରଙ୍କ ପାଖରେ ଦାବି ରଖିଥିଲେ ।ଏହି କାର୍ଯ୍ୟକ୍ରମରେ ଯାମଦା ବ୍ଳକର ତାରଣା ପଞ୍ଚାୟତ ସମିତି ସଦସ୍ୟ ବିକୁଲ ବାଗେ,ସାମ୍ବାଦିକ ସତ୍ୟରଞ୍ଜନ ପାଲ, ଜୀତେନ୍ଦ୍ର ଅଗ୍ରୱାଲ, ନିରଜ ସାହୁ, ଜଗତ ଵେହେରା, ଶଙ୍କର ମହାନ୍ତ, ପରେଶ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଦୀପ ମହାନ୍ତ, ଶ୍ଯାମଳେନ୍ଦୁ ପରିଡ଼ା, ଉତ୍ତମ ରାମ, ପ୍ରଦୀପ ମହାନ୍ତଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.