ଅନୁପଯୁକ୍ତ ଓ ଅନଭିଜ୍ଞ ପ୍ରାର୍ଥୀନୀଙ୍କୁ ପରିବର୍ତ୍ତନ ପାଇଁ ବିଜେପି କର୍ମୀଙ୍କ ଦାବି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟିକା ପ୍ରାଥିନି ସଞ୍ଜଳି ମୁର୍ମୁଙ୍କୁ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି। ବିଜେପି ପକ୍ଷରୁ ଜଣେ ଅନୁପଯୁକ୍ତ ଓ ଅନଭିଜ୍ଞଙ୍କୁ ବିଧାୟିକା ଭାବେ ପ୍ରାର୍ଥୀନି କରାଯାଇଛି। ଯାହାକୁ ନେଇ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ବିଜେପିରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁକରି ପ୍ରାଥିନି ପରିବର୍ତ୍ତନ କରିବା ପାଇଁ ଦାବି କରି କୁଳିଅଣା ବ୍ଲକ ବିଜେପି କର୍ମୀମାନେ କୁଚେଇ ଠାରେ କର୍ମୀ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବତନ ବିଧାୟକ ପ୍ରାର୍ଥୀ ସୁଗଦା ମୁର୍ମୁଙ୍କ ଝିଅ ସଞ୍ଜଳୀ ମୁର୍ମୁଙ୍କୁ ବିଜେପି ଦଳ ପକ୍ଷରୁ ପ୍ରାର୍ଥୀ କରିବା ପରେ ଏବେ ଅସନ୍ତୋଷ ଆରମ୍ଭ ହୋଇଛି। ଯାହାକୁ ନେଇ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ମାନେ ଏକତ୍ରିତ ହୋଇ ଏକ ମେଳି କରିବା ସହ ତୁରନ୍ତ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ନିର୍ବାଚନ ମଣ୍ଡଳୀରେ ବହୁ ପୁରୁଖା ନେତା ଥିବା ବେଳେ ଜଣେ ଅନଭିଜ୍ଞ ପ୍ରାର୍ଥୀଙ୍କୁ ଦଳ ପ୍ରାର୍ଥୀ କରିଛି ବୋଲି ତୀବ୍ର ବିରୋଧ କରାଯାଇଛି।

ଏପରିକି ଗତ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସୁଗ୍ଧା ମୁର୍ମୁ ନିର୍ବାଚନ ସମୟରେ କେଉଁ ଆଡେ ଉଭାନ ହୋଇ ଯାଇଥିବା ବେଳେ ନିର୍ବାଚନ ଦଳୀୟ ଖର୍ଚ୍ଚ ଟଙ୍କାରେ ପଥର ଖାଦାନ କିଣିବା ଗାଡି କିଣିବା ଭଳି ଜଘନ୍ୟ କାଣ୍ଡ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଦଳରେ ପୂର୍ବତନ ସାଂସଦ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭଳି ଅଭିଜ୍ଞ ପ୍ରାର୍ଥୀ ଥିବା ବେଳେ ସଞ୍ଜଳୀ ମୁର୍ମୁଙ୍କୁ ଦଳ କିଭଳି ପ୍ରାର୍ଥୀ କଲା ବୋଲି ବିଜେପି ନେତା ତଥା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ପ୍ରଶ୍ନ ଉଠାଇଛନ୍ତି। ଶୀର୍ଷ ନେତୃବୃନ୍ଦ ଏହି ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ତୁରନ୍ତ ବଦଳ ନ କଲେ ନେତା ଓ କର୍ମୀ ବିକଳ୍ପ ପନ୍ଥା ଗ୍ରହଣ କରିବେ ବୋଲି ବିଜେପି ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ଫାଗୁ ହାଁସଦା ମଧ୍ୟ ଚେତାବନୀ ଦେଇଛନ୍ତି। ଗତ ୨୦୧୯ର ପ୍ରାଥି ସୁଗୁଦା ମୁର୍ମୁ ବହୁ ପୁରୁଣା କାର୍ଯ୍ୟକର୍ତ୍ତା ମାନଙ୍କୁ ଉପେକ୍ଷା କରିବା ସହ ଆର୍ଥିକ ଅନିୟମିତତା କରିଛନ୍ତି। ଯାହାଦ୍ଵାରା ବିଜେପି ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲା ବୋଲି ଅଭିଯୋଗ କରିଛନ୍ତି। ଏଥି ସହିତ ନିର୍ବାଚନ ସମାପ୍ତ ପରେ ପରେ ନୂଆ ସ୍କର୍ପିଓ, ୨୦ ଏକର ଜମି, ନୂତନ କ୍ରସର ଓ ଅନ୍ୟାନ୍ୟ ବହୁ ସମ୍ପତ୍ତି କଲେ ଏବଂ ନିର୍ବାଚନ ପରେ ମଧ୍ୟ ସଞ୍ଚୟ ଖାତାରେ ଥିବା ପଚିଶ ଲକ୍ଷ ଟଙ୍କା ଉଠାଇ ଆତ୍ମସାତ୍ କରିଛନ୍ତି।

ଗତ ପଞ୍ଚାୟତ ନିର୍ବାଚନରେ ସୁଗୁଦା ମୁର୍ମୁ, ତାଙ୍କ ସ୍ତ୍ରୀ ଓ ବର୍ତ୍ତମାନର ଭାରତୀୟ ଜନତା ପାର୍ଟିର ବିଧାୟିକା ପ୍ରାର୍ଥୀନୀ ସଞ୍ଜଳୀ ମୁର୍ମୁ ସମିତି ସଭ୍ୟା ଲଢ଼ି ଉଭୟେ ଅମାନତ ହରାଇଥିଲେ। ପରବର୍ତୀ ସମୟରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ସାଂଗଠନିକ ଦାୟିତ୍ବ ଦିଆଯାଇଥିବା କହି ଏକତରଫା ସଂଗଠନ କରିବା ସହ ଦଳୀୟ ବଳିଷ୍ଠ, ଦକ୍ଷ ଓ ଯୋଗ୍ୟ କର୍ମକର୍ତାଙ୍କୁ ଅଣଦେଖା କରି ଚାଲିଛନ୍ତି। ଫଳ ସରୂପ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ୭ଟି ଯାକ ଜିଲ୍ଲା ପରିଷଦ ଆସନ ବିଜେପି ହାର ସ୍ୱୀକାର କରିଛନ୍ତି। ସୁଗୁଦା ମୁର୍ମୁ ପ୍ରକୃତରେ ବିଜେପିକୁ ଜିତାଇବାକୁ ଚାହୁଁ ନାହାନ୍ତି। ତାଙ୍କ ବ୍ୟବସାୟୀ ସେଟ କରିବା ପାଇଁ ପ୍ରାଥି ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବେପାର ଉଦ୍ଦେଶ୍ୟରେ ଟିକେଟ ହାତେଇଥିବାରୁ ଏହାର ଦୃଢ ବିରୋଧ କରିଛନ୍ତି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ପ୍ରକୃତରେ ରାଜନୈତିକ ଲଢେଇର ମୈଦାନ ଅଟେ। ଯେଉଁ ଠାରେ କି ମନ୍ତ୍ରୀ ସୁଦାମ ମାରାଣ୍ଡି ବାରମ୍ବାର ପ୍ରତିଦ୍ବନ୍ଦିତା କରି ଜିତି ଆସୁଛନ୍ତି। ତେଣୁକରି ବିଜେପି ପକ୍ଷରୁ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରୁ ପରିବାରବାଦ ରାଜନୀତିରୁ ଦୁରରେ ରହି ପୁର୍ନବିଚାର ବିଚାର ବିମର୍ଶ କରି ଉଚିତ ପ୍ରାର୍ଥୀ ଦେବାକୁ ଦାବି କରିଛନ୍ତି। ବୈଠକରେ ଲକ୍ଷ୍ମଣ ଟୁଡୁ, ଫାଗୁ ହାନ୍ସଦା, ବାସନ୍ତୀ ଟୁଡୁ, ମକରଧ୍ୱଜ ମୁର୍ମୁ, ଭୀମ ସରେନ, ଗୀତା ହେମ୍ବ୍ରମ, କାଂହୁ ସିଂ, ସଞ୍ଜୟ ଅଗ୍ରୱାଲ ଏବଂ ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.